34.1 C
Bhubaneswar
Thursday, April 25, 2024
Homeମହିଳା କ୍ରିକେଟ୍ ବିଶ୍ୱକପ୍ମହିଳା ବିଶ୍ୱକପ୍‌: ଆଜି ପ୍ରଥମ ସେମିଫାଇନାଲ୍‌, ଖେଳିବେନି ଏଲିସ୍ ପେରୀ

ମହିଳା ବିଶ୍ୱକପ୍‌: ଆଜି ପ୍ରଥମ ସେମିଫାଇନାଲ୍‌, ଖେଳିବେନି ଏଲିସ୍ ପେରୀ

ୱେଲିଂଟନ: ନ୍ୟୁଜିଲାଣ୍ଡ୍‌ରେ ଚାଲିଥିବା ଆଇସିସି ମହିଳା ବିଶ୍ୱକପ୍‌ର ପ୍ରଥମ ସେମିଫାଇନାଲ୍ ଆଜି ଅଷ୍ଟ୍ରେଲିଆ ଓ ୱେଷ୍ଟ୍‌ଇଣ୍ଡିଜ୍ ମଧ୍ୟରେ ଖେଳାଯିବ । ପିଠି ଯନ୍ତ୍ରଣା କାରଣରୁ ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର୍ ଏଲିସ୍ ପେରୀ ଏହି ମ୍ୟାଚ୍‌ରୁ ବାଦ୍ ପଡ଼ିଛନ୍ତି । ଅଷ୍ଟ୍ରେଲିଆ ମହିଳା ଟିମ୍ କ୍ୟାପ୍‌ଟେନ୍ ମେଗ୍ ଲାନିଙ୍ଗ୍ ମଙ୍ଗଳବାର ଏହି ସୂଚନା ଦେଇଛନ୍ତି । ହାମ୍‌ଷ୍ଟ୍ରିଙ୍ଗ୍ ଇନଝୁରୀ କାରଣରୁ ୨୦୨୦ ଟି-୨୦ ବିଶ୍ୱକପ୍ ସେମିଫାଇନାଲ୍ ଓ ଫାଇନାଲ୍ ମ୍ୟାଚ୍‌ରୁ ବାଦ୍ ପଡ଼ିଥିବା ପେରୀ ଗତ ସପ୍ତାହରେ ଖେଳାଯାଇଥିବା ଚଳିତ ବିଶ୍ୱକପ୍‌ର ସାଉଥ୍ ଆଫ୍ରକା ବିପକ୍ଷ ମ୍ୟାଚ୍ ବେଳେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଏପରିକି ସେ ସେସନ୍‌ରେ ମଧ୍ୟ ଯୋଗଦେଇ ନଥିଲେ ।

ତେବେ ସୋମବାର ନେଟ୍ସରେ ସେ କିଛି ସମୟ ବ୍ୟାଟିଂ କରିଥିଲେ ଏବଂ ଠିକ୍ ଅନୁଭବ କରୁଥିଲେ । ମାତ୍ର ମ୍ୟାଚ୍ ପାଇଁ ଯେପରି ପ୍ରଦର୍ଶନ ଦେବା କଥା ସେପରି ସ୍ତରରେ ନଥିଲେ ବୋଲି ଲାନିଙ୍ଗ୍ କହିଛନ୍ତି । ଗତ ଶୁକ୍ରବାରର ବାଂଲାଦେଶ ବିପକ୍ଷ ମ୍ୟାଚ୍‌ରେ ପେରୀଙ୍କ ସ୍ଥାନରେ ଖେଳିଥିବା କ୍ରିକେଟ୍ ଅଷ୍ଟ୍ରେଲିଆର ପୂର୍ବତନ ସିଇଓ ଜେମ୍ସ ସଦରଲାଣ୍ଡଙ୍କ କନ୍ୟା ଆନ୍ନାବେଲ୍ ସଦରଲାଣ୍ଡ ଟିମ୍‌ରେ ସ୍ଥାନ ବଜାୟ ରଖିବା ସମ୍ଭାବନା ରହିଛି । ସପ୍ତମ ବିଶ୍ୱକପ୍ ଟାଇଟଲ୍ ଲକ୍ଷ୍ୟରେ ଥିବା ଅଷ୍ଟ୍ରେଲିଆ ବୁଧବାର ୱେଲିଂଟନ୍‌ର ବେସିନ୍ ରିଜର୍ଭରେ ୱେଷ୍ଟ୍‌ଇଣ୍ଡିଜ୍‌କୁ ଭେଟିବ । ଟୁର୍ଣ୍ଣାମେଣ୍ଟ୍‌ର ଦ୍ୱିତୀୟ ସେମିଫାଇନାଲ୍ ଇଂଲଣ୍ଡ ଓ ସାଉଥ୍ ଆଫ୍ରିକା ମଧ୍ୟରେ ଗୁରୁବାର କ୍ରାଏଷ୍ଟଚର୍ଚ୍ଚରେ ଖେଳାଯିବ । ଅନ୍ୟପକ୍ଷରେ କୋଭିଡ୍‌-୧୯ ସଂକ୍ରମିତ ହେବା ଫଳରେ ୱେଷ୍ଟଇଣ୍ଡିଜ୍‌ର ଅନୁଭବୀ ସ୍ପିନର୍ ଏଫି ଫ୍ଲେଚର୍ ମଧ୍ୟ ବୁଧବାରର ସେମିଫାଇନାଲ୍ ମ୍ୟାଚ୍‌ରୁ ବାଦ୍ ପଡ଼ିଛନ୍ତି ।

୫୮ଟି ଦିନିକିଆ ମ୍ୟାଚ୍ ଖେଳିଥିବା ଫ୍ଲେଚର୍ କ୍ୟାରିବିୟାନ୍ ଟିମ୍‌ର ଜଣେ ଗୁରୁତ୍ୱପୂର୍ଣ୍ଣ ସଦସ୍ୟା ଥିଲେ । ତାଙ୍କ ଅନୁସ୍ଥିତି ଶକ୍ତିଶାଳୀ ଅଷ୍ଟ୍ରେଲିଆ ବ୍ୟାଟିଂ ଆଗରେ ୱେଷ୍ଟଇଣ୍ଡିଜ୍ ବୋଲିଂ ବିକଳ୍ପ କମ୍ ପଡ଼ିବ । ଫ୍ଲେଚର୍‌ଙ୍କ ସ୍ଥାନରେ ରିଜର୍ଭ ଖେଳାଳି ଅଲ୍‌ରାଉଣ୍ଡର୍ ମାଣ୍ଟି ମାଙ୍ଗ୍‌ରୁଙ୍କୁ ଇଣ୍ଡିଜ୍ ଟିମ୍‌ରେ ସାମିଲ କରାଯାଇଛି । ମେଣ୍ଡି ବୁଧବାର ଟୁର୍ଣ୍ଣାମେଣ୍ଟ୍‌ରେ ନିଜର ପ୍ରଥମ ମ୍ୟାଚ୍ ଖେଳିପାରନ୍ତି । ମଙ୍ଗରୁ ଗତ ମାସରେ ସାଉଥ୍ ଆଫ୍ରିକା ବିପକ୍ଷରେ ଜୋହାନ୍ସବର୍ଗରେ ଦିନିକିଆ ପଦାର୍ପଣ କରିଥିଲେ । ଅନ୍ତିମ ଲିଗ୍ ମ୍ୟାଚ୍‌ରେ ସାଉଥ୍ ଆଫ୍ରିକାଠାରୁ ଭାରତ ପରାଜିତ ହେବା ଫଳରେ ୱେଷ୍ଟଇଣ୍ଡିଜ୍ ସେମିଫାଇନାଲ୍ ଖେଳିବା ସୁଯୋଗ ପାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking