28.1 C
Bhubaneswar
Wednesday, April 29, 2026
Homeଓଡିଶାଏଏସଆଇ ଲlଞ୍ଚ ନେଉଥିବା ସମୟରେ ମାଡି ବସିଲା ଭିଜିଲାନ୍ସ

ଏଏସଆଇ ଲlଞ୍ଚ ନେଉଥିବା ସମୟରେ ମାଡି ବସିଲା ଭିଜିଲାନ୍ସ

ଯାଜପୁର: ଯାଜପୁର ଟାଉନ ଥାନାରେ ଭିଜିଲାନ୍ସ ବିଭାଗର ଚଢ଼ାଉ। ୫୦୦୦ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡିଲେ ଥାନବାବୁ । ଜମିଜମା ବିବାଦର ସମାଧାନ ପାଇଁ ଲାଞ୍ଚ ନେବା ବେଳେ ଯାଜପୁର ଭିଜିଲାନ୍ସ ହାତରେ ଧରାପଡିଲେ ଯାଜପୁର ଟାଉନ ଥାନାର ଏଏସଆଇ ନନ୍ଦ କିଶୋର ଦାସ। ଅଭିଯୁକ୍ତ ଏଏସଆଇଙ୍କୁ ଗିରଫ କରିଛି ଯାଜପୁର ଭିଜିଲାନ୍ସ ବିଭାଗ। ସୁଚନାମୁତାବକ ଯାଜପୁର ସହର ବଡ଼ବଜାର ନିଵାସୀ ଦୋଳଗୋବିନ୍ଦ ସାହୁଙ୍କ ଏକ ଜମିଜମା ବିବାଦ ଲାଗି ରହିଥିଲା। ଏହାର ଡିମାରଗେସନ କରିବା ସମୟରେ ହୋଇଥିବା ବିବାଦ ନେଇ କେସକୁ ରଫାଦଫା କରିବା ପାଇଁ ସମ୍ପୃକ୍ତ ଏଏସଆଇ ଦୋଳଗୋବିନ୍ଦଙ୍କୁ ୫୦୦୦ ଟଙ୍କା ଲାଂଚ ମାଗିଥିଲେ। ଏ ନେଇ ଦୋଳ ଭିଜିଲାନ୍ସ ବିଭାଗର ସହାୟତା ଲୋଡ଼ିଥିଲେ। ଆଜି ଯାଜପୁର ଭିଜିଲାନ୍ସ ଡିଏସପି ଶୁଶୀଲ ଇକାଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଯାଜପୁର ଥାନାରେ ଚଢ଼ାଉ କରି ଏଏସଆଇଙ୍କୁ ଟଙ୍କା ନେଉଥିବା ସମୟରେ ଧରି ଗିରଫ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking