29.1 C
Bhubaneswar
Saturday, July 27, 2024
Homeବଲିଉଡସ୍ଵର୍ଣ୍ଣ ମନ୍ଦିରରେ ବିକି କୌଶଲ

ସ୍ଵର୍ଣ୍ଣ ମନ୍ଦିରରେ ବିକି କୌଶଲ

ପଞ୍ଜାବ: ବଲିଉଡ ଅଭିନେତା ରଣବୀରର କପୁରଙ୍କ ଆଗାମୀ ଚଳଚ୍ଚିତ୍ର ‘ଆନିମଲ୍’ ଖୁବ୍ ଶିଘ୍ର ରିଲିଜ୍ ହେବାକୁ ଯାଉଛି । ଏହି ଚଳଚ୍ଚିତ୍ର ସହିତ ବିକି କୌଶଲଙ୍କ ଆଗାମୀ ଚଳଚ୍ଚିତ୍ର ‘ସାମ୍ ବାହାଦୂର’ ମଧ୍ୟ ରିଲିଜ୍ ହେବ। ଏହି ଚଳଚ୍ଚିତ୍ର ରିଲିଜ୍ ହେବା ପୂର୍ବରୁ ବିକି ଅମୃତସର ଯାଇ ସ୍ଵର୍ଣ୍ଣ ମନ୍ଦିର ପହଞ୍ଚିଥିଲେ । ସେଠାରେ ସେ ମୁଣ୍ଡ ନୁଆଁଇ ଦରବାର ସାହେବରେ ପ୍ରାର୍ଥନା କରିଥିଲେ । ହେଲେ ତାଙ୍କ ସହ ପତ୍ନୀ କ୍ୟାଟ୍ରିନା କୈଫ ନଥିଲେ । ବର୍ତ୍ତମାନ କ୍ୟାଟ୍ରିନା ନିଜ ଫିଲ୍ମ ଟାଇଗର ୩ର ସଫଳତା ସାଉଣ୍ଟିବାରେ ଲାଗିଛନ୍ତି । ସେ ତାଙ୍କ ଫିଲ୍ମରେ ବ୍ୟସ୍ତ ରହିଥିବା ବେଳେ ବିକି ନିଜର ଆଗାମୀ ଫିଲ୍ମର ପ୍ରମୋସନକୁ ନେଇ ବ୍ୟସ୍ତ ରହିଛନ୍ତି । ବିକି କୌଶଲଙ୍କ ଚଳଚ୍ଚିତ୍ର ‘ସାମ ବାହାଦୂର’ କୁ ନେଇ ଏବେ ଠାରୁ ଦର୍ଶକଙ୍କ ମଧ୍ୟରେ ବହୁତ ଉତ୍ସାହ ରହିଛି । ରଣବୀର କପୁରଙ୍କ ‘ଆନିମଲ’ ରିଲିଜ ହେବା ପୂର୍ବରୁ ବବି ଦେଓଲ ଏବଂ ଫିଲ୍ମର ପୁରା ଟିମ୍ ବଙ୍ଗଳା ସାହେବ ଗୁରୁଦ୍ୱାରକୁ ଯାଇ ଦର୍ଶନ କରିଥିଲେ । ଅନ୍ୟପକ୍ଷରେ ବିକି ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ମନ୍ଦିରରୁ ତାଙ୍କର କିଛି ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ମେଘନା ଗୁଲଜାର ଏବଂ ଅଭିନେତ୍ରୀ ସାନିଆ ମାଲହୋତ୍ରା ମଧ୍ୟ ବିକି କୌଶଲଙ୍କ ସହ ନଜର ଆସିଛନ୍ତି । ସୋସିଆଲ ମିଡିଆରେ ବିକିଙ୍କ ଏହି ଫଟୋ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି । ଏଥି ସହିତ, ତାଙ୍କ ପ୍ରଶଂସକମାନେ କ୍ରମାଗତ ଭାବରେ ଏହାକୁ ପସନ୍ଦ କରି ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି । ବିକି ଏହି ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି, “ଶୁକର୍, ସବର୍, ସୁକୁନ୍”।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking