36.1 C
Bhubaneswar
Saturday, May 18, 2024
Homeଓଡିଶାଭୁବନେଶ୍ୱରରେ ହାଟ ସ୍ଥାନାନ୍ତର

ଭୁବନେଶ୍ୱରରେ ହାଟ ସ୍ଥାନାନ୍ତର

ଭୁବନେଶ୍ୱର: ସୋମବାରରୁ ଭୁବନେଶ୍ୱରର ପ୍ରମୁଖ ହାଟ ସ୍ଥାନାନ୍ତର ନିଷ୍ପତ୍ତି ହୋଇଛି । ସଂକ୍ରମଣ ବଢୁଥିବାରୁ ହାଟ ସ୍ଥାନାନ୍ତର ନେଇ ବିଏମସି ନିଷ୍ପତ୍ତି ନେଇଛି । ୟୁନିଟ ୧ ହାଟ ୟୁନିଟ ୧ ହାଇସ୍କୁଲ ପଡିଆକୁ ସ୍ଥାନାନ୍ତରିତ ହେବ । ବ୍ରହ୍ମେଶ୍ୱର ହାଟ ବ୍ରହ୍ମେଶ୍ୱର ମେଳଣ ପଡିଆକୁ ହେବ । ଲିଙ୍ଗରାଜ ହାଟ ବିଏମସି ମାର୍କେଟ କମ୍ପେ୍ଲକ୍ସକୁ ଉଠିଯିବ । ଆଜିଠୁ ୟୁନିଟ ୪ ହାଟ ଶାସ୍ତ୍ରୀନଗର ଓ ରେଡକ୍ରସ ସମ୍ମୁଖ ରାସ୍ତାକୁ ଉଠିଥିବା ସୂଚନା ମିଳିଛି । ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଛି । ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଛି । ରାଜଧାନୀରେ କରୋନା ଉପରେ ନିୟନ୍ତ୍ରଣ ରଖିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପୁଣି ତାର ପୂର୍ବ ରଣକୌଶଳ ଲାଗୁ କରିଛି । ଜଧାନୀର ବିଭିନ୍ନ ହାଟ, ବଜାର ଉପରେ କଡ଼ା ନଜର ରଖିବା ଆରମ୍ଭ କରିଛି ବିଏମ୍‌ସି। ପୂର୍ବ ଭଳି ଦୋକାନୀମାନଙ୍କୁ ମାସ୍କ ପିନ୍ଧିବାକୁ ଓ ସାମାଜିକ ଦୂରତା ରଖି କିଣାବିକା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିୟମ ଉଲ୍ଲଙ୍ଘନ ହେଲେ ଦୋକାନ ସିଲ୍‌ ହେବ ବୋଲି ବିଏମସି ଚେତାବନୀ ଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking