27.1 C
Bhubaneswar
Saturday, July 27, 2024
Homeଓଡିଶାଉତ୍ତରାଖଣ୍ଡ ସୁଡ଼ଙ୍ଗ ଭୁଶୁଡିବା ଘଟଣା: ଅଗର୍ ମେସିନ୍ ବ୍ଲେଡ୍ ହଟାଇବାକୁ ଆସିଲା ପ୍ଲାଜ୍ମା କଟର

ଉତ୍ତରାଖଣ୍ଡ ସୁଡ଼ଙ୍ଗ ଭୁଶୁଡିବା ଘଟଣା: ଅଗର୍ ମେସିନ୍ ବ୍ଲେଡ୍ ହଟାଇବାକୁ ଆସିଲା ପ୍ଲାଜ୍ମା କଟର

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ନିର୍ମାଣାଧୀନ ସୀଲକ୍ୟାରା ସୁଡ଼ଙ୍ଗର ଭୁଶୁଡ଼ି ପଡ଼ିଥିବା ଅଂଶରୁ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ଧାରକାରୀମାନେ ସୁଡ଼ଙ୍ଗ ଭିତରେ ଅଚଳ ଅବସ୍ଥାରେ ଅଟକି ରହିଥିବା ଅଗର୍ ମେସିନର ଭଙ୍ଗା ଅଂଶ ମଧ୍ୟ ହଟାଉଛନ୍ତି। ଅଗର ମେସିନର ଭାଙ୍ଗି ଯାଇଥିବା ବ୍ଲେଡ ହଟାଇବା ପାଇଁ ଆଜି ସକାଳେ ହାଇଦ୍ରାବାଦରୁ ପ୍ଲାଜମା କଟିଙ୍ଗ ମେସିନ ଆସିଛି ଓ ତାହା ବ୍ୟବହାର କରାଯାଉଛି।

ସୂଚନା ଅନୁଯାୟୀ, ସୁଡ଼ଙ୍ଗ ଭିତରୁ ଅଗର (ଡ୍ରିଲର୍)କୁ ହଟାଇବା ପ୍ରକ୍ରିୟା ଜାରି ରହିଛି। ପ୍ଲାଜମା ମେସିନ୍ ସାହାଯ୍ୟରେ ବ୍ଲେଡକୁ ଶୀଘ୍ର କଟାଯାଇ ପାରିବ। ତେବେ ଅଗର ବ୍ଲେଡ୍ ଏବଂ ମେସିନକୁ ଅଳିଆ ଆବର୍ଜନାରୁ ବାହାର କରିବାକୁ କେତେ ସମୟ ଲାଗିବ, ତାହା ଏବେଠାରୁ ଆକଳନ କରିହେବ ନାହିଁ ବୋଲି ଘଟଣାସ୍ଥଳରେ ଥିବା ଜଣେ ବିଶେଷଜ୍ଞ କହିଛନ୍ତି।

ଭାରସାମ୍ୟ ହରାଇ ଡ୍ରିଲିଂ ମେସିନ୍ ଏବଂ ସୁଡ଼ଙ୍ଗ ଭିତରେ ଅଟକି ଯାଇଥିବା ବ୍ଲେଡକୁ ହଟାଇବା ପ୍ରକ୍ରିୟାରେ ସାହାଯ୍ୟ କରିବା ପାଇଁ ହାଇଦ୍ରାବାଦରୁ ସ୍ୱତନ୍ତ୍ର ଭାବେ ପ୍ଲାଜମା କଟରକୁ ରବିବାର ସକାଳେ କାର୍ଯ୍ୟରେ ଲଗାଯାଇଛି। ଅନ୍ୟପକ୍ଷରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ଜଣେ ସଦସ୍ୟ କହିଛନ୍ତି ଯେ ଫସି ରହିଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଗତ ୨୪ ଘଣ୍ଟା ମଧ୍ୟରେ ଡ୍ରିଲିଂ କାର୍ଯ୍ୟରେ କୌଣସି ଅଗ୍ରଗତି ହୋଇନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking