27.1 C
Bhubaneswar
Saturday, July 27, 2024
Homeଓଡିଶାମର୍ମନ୍ତୁଦ ସଡକ ଦୁର୍ଘଟଣା: ୫ ମୃତ

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୫ ମୃତ

ଉତ୍ତରାଖଣ୍ଡ: ଉତ୍ତରାଖଣ୍ଡର ନୈନିତାଲରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କୋଟାବାଗ ଅଞ୍ଚଳରେ ଦେବିପୁରା-ସୌର ରାସ୍ତାରେ କାର ଅନିୟନ୍ତ୍ରିତ ହୋଇ ଖାଇକୁ ଖସିପଡିଥିଲା । ଫଳରେ ୫ ଜଣଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ପୋଲିସ ମୃତକଙ୍କ ପରିଚୟ ଖୋଜୁଛି ।

ଖବର ମୁତାବକ, ଉତ୍ତରାଖଣ୍ଡ ନୈନିତାଲ କୋଟାବାଗ ବ୍ଲକ ଦେବିପୁରା-ସୌରା ରୋଡରେ ବିଳମ୍ବିତ ରାତିରେ ଏକ କାର ଗଭୀର ଖାଇକୁ ଖସିପଡିଥିଲା । ଏଥିରେ ୫ ଜଣ ଲୋକ ରହିଥିଲେ । ସମସ୍ତଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି । ପୋଲିସ ଏବଂ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ମୃତକଙ୍କ ପରିଚୟ ଖୋଜୁଛି । ଗ୍ରାମବାସୀଙ୍କ ସହାୟତାରେ ସେମାନଙ୍କୁ ଉଦ୍ଧାର କରାଯାଇଥିବା ଜିଲ୍ଲାପାଳ ବନ୍ଦନା ସିଂ କହିଛନ୍ତି ।

ତେବେ ପୋଲିସ ଏବେ ବି ମୃତଦେହର ପରିଚୟ ଖୋଜୁଛି। ଦୁର୍ଘଟଣାଗ୍ରସ୍ତ କାରର ରେଜିଷ୍ଟ୍ରେସନ ହୋଇଥିବା ପୋଲିସ କହିଛନ୍ତି । ଘଟଣା ବିଷୟରେ ଖବର ମିଳିବା ପରେ ପୋଲିସ ଏବଂ ଏସଡିଆରଏଫ ଟିମ୍‌ ପହଞ୍ଚିଛି । ବର୍ଷା ଯୋଗୁଁ ରାସ୍ତା କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି । ତେବେ ଦୁର୍ଘଟଣାର ଖବର ଏଯାଏଁ ମିଳିନି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking