20.1 C
Bhubaneswar
Wednesday, January 8, 2025
Homeବ୍ରେକୀଙ୍ଗତିରଥ ସିଂହ ରାୱତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ତିରଥ ସିଂହ ରାୱତ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ବୁଧବାର ରାଜ୍ୟ ପାର୍ଟି କାର୍ଯ୍ୟାଳୟରେ ବିଜେପି ବିଧାନସଭା ପାର୍ଟି ବୈଠକ କରିଛି । ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ପଦ ପାଇଁ ନୂତନ ଚେହେରାର ନାମ ସ୍ଥିର ହୋଇଛି। ତିରଥ ସିଂ ରାୱତ ଉତ୍ତରାଖଣ୍ଡର ନୂତନ ମୁଖ୍ୟମନ୍ତ୍ରୀ ହେବେ। ତିରଥ ସିଂ ରାୱତ ଗଢୱାଲର ସାଂସଦ। ତାଙ୍କ ନାମ ପୂର୍ବତନ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂ ରାୱତ ପ୍ରସ୍ତାବ ଦେଇଛନ୍ତି ।

ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜେପି ସାଂସଦ ତିରଥ ସିଂହ ରାୱତ। ଆଜି ଅପରାହ୍ନ ୪ଟା ବେଳେ ରାଜ୍ୟପାଳ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନ ଆସନ୍ତାବର୍ଷ ହେବ। ଏହାପୂର୍ବରୁ ଗତକାଲି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ତ୍ରିବେନ୍ଦ୍ର ସିଂହ ରାୱତ ନିଜ ପଦରୁ ଇସ୍ତଫା ଦେଇଥିଲେ । ଆଜି ନୂଆ ମୁଖ୍ୟମନ୍ତ୍ରୀ ବାଛିବାକୁ ବିଜେପିର ବୈଠକ ବସିଥିଲା। ମାନସମନ୍ଥନ ପରେ ତିରଥ ସିଂହ ରାୱତଙ୍କ ନାଁ ଉପରେ ବିଜେପି ମୋହର ମାରିଛି। ୫୬ ବର୍ଷୀୟ ତିରଥ ସିଂହ ରାୱତ ଉତ୍ତରାଖଣ୍ଡର ଘରୱାଲ ଆସନରୁ ଲୋକସଭାକୁ ଯାଇଛନ୍ତି । ଏହାପୂର୍ବରୁ ସେ ୨୦୧୩ ନଭେମ୍ବର ୯ରୁ ୨୦୧୫ ଡିସେମ୍ବର ୩୧ ଯାଏ ଉତ୍ତରାଖଣ୍ଡ ବିଜେପି ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ। ଏଥିସହ ସେ ୨୦୧୨ରୁ ୨୦୧୭ ଯାଏ ଉତ୍ତରାଖଣ୍ଡ ବିଧାନସଭାକୁ ମଧ୍ୟ ନିର୍ବାଚିତ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking