26.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗହାଥରସ୍ ମାମଲା: ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

ହାଥରସ୍ ମାମଲା: ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ହାଥରସ୍ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଆଜି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏ ନେଇ ଆଜି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରକାଶ ପାଇଛି । ତେବେ ଏମିତି ଏକ ଘଟଣା ଘଟିବା ପରେ ଏହାର ନ୍ୟାୟିକ ତଦନ୍ତ ପାଇଁ ପୀଡିତାଙ୍କ ପରିବାର ଦାବି କରିଥିଲେ । ବର୍ତ୍ତମାନ ଏହି ଘଟଣାକୁ ସବୁଠି ତୀବ୍ର ନିନ୍ଦା କରିବା ସହ ମୋଦି ସରକାରଙ୍କ ଉପରେ ବି ଅନେକ ପ୍ରକାର ଆରୋପ ଲଗାଯାଉଛି । ବର୍ତ୍ତାମାନ ସିବିଆଇ ଏହି ଘଟଣାକୁ କେତେ ଗୁରୁତ୍ୱର ସହ ନେଇ ତଦନ୍ତ କିଭଳି କରୁଛି ଏବଂ ପୀଡିତାଙ୍କ ପରିବାରକୁ କେବେ ନ୍ୟାୟ ମିଳୁଛି ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking