39.4 C
Bhubaneswar
Thursday, April 18, 2024
Homeଉତ୍କଳ ଦିବସ -୨୦୨୩ଉତ୍କଳ ଦିବସ,ସ୍ୱତନ୍ତ୍ର ଓଡିଶାକୁ ପୂରିଲା ୮୭ ବର୍ଷ

ଉତ୍କଳ ଦିବସ,ସ୍ୱତନ୍ତ୍ର ଓଡିଶାକୁ ପୂରିଲା ୮୭ ବର୍ଷ

ଭୁବନେଶ୍ୱର: ଉତ୍କଳ ଦିବସ । ବହୁ ସଂଗ୍ରାମ ପରେ ୧୯୩୬ ଏପ୍ରିଲ ୧ ତାରିଖରେ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ପ୍ରତି ବର୍ଷ ଏପ୍ରିଲ ୧ ତାରିଖରେ ଉତ୍କଳ ଦିବସ ପାଳନ କରାଯାଏ । ଭାଷା ଭିତ୍ତିରେ ରାଜ୍ୟ ଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ଶେଷ ହିନ୍ଦୁ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ, ବ୍ରିଟିଶ ଶାସନରୁ ଅଲଗା ହୋଇ ଓଡ଼ିଶାକୁ ଏକ ଅଲଗା ରାଜ୍ୟ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା। ପ୍ରଥମେ ଓଡ଼ିଶା ରାଜ୍ୟ ୬ ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ତିଆରି ହୋଇଥିଲା । ୧୯୩୬, ଏପ୍ରିଲ ପହିଲାରେ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଲା । ୧୯୯୨ରେ ଓଡ଼ିଶାର ୧୩ ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ ଜିଲ୍ଲାରେ ଭାଗ କରାଗଲା ।
ତେବେ ପ୍ରତି ବର୍ଷ ଏପ୍ରିଲ ପହିଲା ଦିନଟିକୁ ଓଡ଼ିଶା ଦିବସ ରୂପେ ପାଳନ କରା ଯାଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣ କରାଯାଏ। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ପହିଲାରୁ ପାଳିତ ହେଉଥିବା ଉତ୍କଳ ଦିବସ ଓ ଅନୁରୂପ କାର‌୍ୟ୍ୟକ୍ରମ ଉପରେ ରାଜ୍ୟ ସରକାର କଟକଣା ଲଗାଇଛନ୍ତି । ଉତ୍କଳ ଦିବସ ଅବସରରେ ସାଂସ୍କୃତିକ କାର‌୍ୟ୍ୟକ୍ରମକୁ ସାରା ରାଜ୍ୟରେ ବାରଣ କରାଯାଇଛି । ସେହିଭଳି ସରକାରୀ କାର‌୍ୟ୍ୟକ୍ରମରେ ସର୍ବାଧିକ ୨୦୦ ପର‌୍ୟ୍ୟନ୍ତ ଲୋକ ଯୋଗ ଦେଇପାରିବେ । କୋଭିଡ ମାର୍ଗନିର୍ଦ୍ଦେଶିକା ଅନୁଯାୟୀ ସାମାଜିକ ଦୂରତା, ମାସ୍କ ପିନ୍ଧିବା, ହାତ ଧୋଇବା, ସାନିଟାଇଜର ଆଦି ବ୍ୟବହାରକୁ କଡ଼ାକଡ଼ି ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking