ଭୁବନେଶ୍ୱର: ବର୍ତମାନ ସମୟରେ ଫେସିଆଲ ଅଏଲ କାଫି ଟ୍ରେଣ୍ଡରେ ରହିଛି । ଅଧିକାଂଶ ସମୟରେ ମହିଳାଙ୍କୁ ଫେସିଆଲ ଅଏଲର ବ୍ୟବହାର ସଂପର୍କରେ ଜଣାନଥାଏ । ଚାଲନ୍ତୁ ଜାଣିବା ଏ ସଂପର୍କରେ..
ଆଜିକାଲିର ମହିଳାଙ୍କ ନିକଟରେ ସମୟ ବହୁତ କମ୍ । ସେଥିପାଇଁ ନିଜ ସ୍କିନର କେୟାର ସେମାନେ ସଠିକ ଭାବରେ ନେଇପାରନ୍ତି ନାହିଁ । ୟଙ୍ଗ ଓ ଗ୍ଲୋଇଙ୍ଗ ସ୍କିନ ପାଇବା ପାଇଁ ତ୍ୱଚାର ଯତ୍ନ ନେବା ନିହାତି ଜରୁରୀ । ସପ୍ତାହରେ ଥରେ ଫେସକୁ କ୍ଲିନ କରିବା ଦରକାର । ଗ୍ଲୋଇଂ ସ୍କିନ ପାଇଁ ଫେସିଆଲ ଅଏଲ ବ୍ୟବହାର କରିପାରିବେ । ଫେସିଆଲ ଅଏଲର କିଛି ବୁନ୍ଦା ନେଇ ଭଲଭାବରେ ମସାଜ କରନ୍ତୁ ୧୫ ମିନିଟ ପର୍ଯ୍ୟନ୍ତ । ମଏଶ୍ଚରାଇଜର ଭାବରେ ବି ଫେସିଆଲ ଅଏଲକୁ ଆପଣ ବ୍ୟବହାର କରିପାରିବେ । ଡ୍ରାଏ ସ୍କିନ ପାଇଁ ଏହା ପୁରା ପରଫେକ୍ଟ । ଚମକଦାର ତ୍ୱଚା ପାଇଁ ଫେସିଆଲ ଅଏଲ କୁ ମଇଶ୍ଚରାଇଜର ଭାବରେ ବ୍ୟବହାର କରନ୍ତୁ ।
ସୁନ୍ଦର ଓ ଭଲ ମେକଅପ ବେସ କରିବା ପାଇଁ ଆପଣ ଫେସିଆଲ ଅଏଲ ବ୍ୟବହାର କରିପାରିବେ । ଏହା କରିବା ଦ୍ୱାରା ତ୍ୱଚାରେ ପ୍ୟାଚ ଆସେ ନାହିଁ ଓ ଚେହେରା ଏକଦମ ଚମକଦାର ରହିଥାଏ ।
ସୁନ୍ଦର ତ୍ୱଚା ପାଇଁ ଫେସିଆଲ ଅଏଲ ଲାଭକାରୀ ହୋଇଥାଏ । ଫେସିଆଲ ଅଏଲ ସ୍କିନକୁ ରିପେୟାର କରିବାରେ ସାହାଯ୍ୟ କରେ । ଏହାସହ ପୋର୍ସ ମଧ୍ୟ ଛୋଟ ହୋଇଯାଏ । ସେଥିପାଇଁ ସପ୍ତାହରେ ଥରେ ଏହି ମସାଜ କରନ୍ତୁ ।