34.1 C
Bhubaneswar
Friday, March 29, 2024
Homeଓଡିଶାସୁନ୍ଦରୀ ନେବାକୁ ଆସୁଛି ଟିମ୍‌

ସୁନ୍ଦରୀ ନେବାକୁ ଆସୁଛି ଟିମ୍‌

ଭୁବନେଶ୍ୱର: ବାଘୁଣୀ ସୁନ୍ଦରୀକୁ ନେବାକୁ ଆଜି ମଧ୍ୟପ୍ରଦେଶରୁ ଆସୁଛି ୬ ଜଣିଆ ଟିମ୍ । ଅନୁଗୁଳ ସାତକୋଶିଆକୁ ୬ ଜଣିଆ ଟିମ ଆସୁଥିବା ପିସିସିଏଫ ସୂଚନା ପ୍ରଦାନ କରିଛନ୍ତି । ଆସୁଥିବା ୬ ଜଣିଆ ଟିମରେ ଅଛନ୍ତି ଜଣେ ଏସିଏଫ ଓ ଜଣେ ପ୍ରାଣୀ ଚିକିତ୍ସକ । ୬ ଜଣିଆ ଟିମ ସୁନ୍ଦରୀର ବ୍ୟବହାର ଓ ସ୍ୱାସ୍ଥ୍ୟବସ୍ଥାର ସମୀକ୍ଷା କରିବ । ୩/୪ ଦିନ ସମୀକ୍ଷା ପରେ ସୁନ୍ଦରୀ କେବେ ଫେରିବ ଟିମ ନିଷ୍ପତ୍ତି ନେବ । ସୁନ୍ଦରୀ କେବେ ଫେରିବ ୩ରୁ ୪ ଦିନ ସମୀକ୍ଷା ପରେ ଟିମ ସ୍ଥିର କରିବ । ଆଜି ଅପରାହ୍ନ ସୁଧା ଏହି ବିଶେଷଜ୍ଞ ଦଳ ଅନୁଗୁଳରେ ପହଞ୍ଚିବେ । ସାତକୋଶିଆ ବନ ଅଧିକାରୀ ମାନଙ୍କ ସହ ଆଲୋଚନା ପରେ ରାଇଗୁଡା ଏନକ୍ଲୋଜରକୁ ଯାଇ ବାଘୁଣୀର ପରିସ୍ଥିତି ଅନୁଧ୍ୟାନ କରିବେ ବୋଲି ଜଣାପଡିଛି । ଏଥର ସୁନ୍ଦରୀକୁ ଟ୍ରାଙ୍କୁଲାଇଜର କରି ଧରାଯିବ ନାହିଁ । ସ୍ଥିତି ପରଖିବା ପରେ ତାକୁ ଯନ୍ତାରେ କାବୁ କରି ସ୍ଵତନ୍ତ୍ର ଗାଡିରେ କାହ୍ନା ଅଭୟାରଣ୍ୟର ଗରିଲା ଏନକ୍ଲୋଜରରେ ଛଡା ଯିବ ।

ସାତକୋଶିଆ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ସୁନ୍ଦରୀକୁ ଅଣାଯାଇଥିଲା । ଦୁଇ ଦୁଇ ଥର ମଣିଷ ଶୀକାର କରିବା ପରେ ୨୦୧୮ ନଭେମ୍ବର ମାସରୁ ତାକୁ ଏନକ୍ଲୋଜର ଭିତରେ ରଖାଯାଇଛି। ତାକୁ ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ଅଭୟାରଣ୍ୟକୁ ଫେରାଇ ନେବା ପାଇଁ ନିଷ୍ପତ୍ତି ହୋଇଥିଲେ ସୁଦ୍ଧା ବିଭିନ୍ନ କାରଣ ପାଇଁ ଏହା ବିଳମ୍ବିତ ହୋଇ ଚାଲିଥିଲା।ଶେଷରେ ଆଜି ସୁନ୍ଦରୀର ଘର ବାହୁଡା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking