29.4 C
Bhubaneswar
Saturday, May 4, 2024
Homeଖେଳୟୁଏସ୍ ଓପନ୍‌: ଦ୍ୱିତୀୟ ରାଉଣ୍ଡ୍‌ରେ ନାଡାଲ୍‌, ରାଡୁକାନୁ ବିଦା

ୟୁଏସ୍ ଓପନ୍‌: ଦ୍ୱିତୀୟ ରାଉଣ୍ଡ୍‌ରେ ନାଡାଲ୍‌, ରାଡୁକାନୁ ବିଦା

ନ୍ୟୁୟର୍କ : ସିଜନ୍‌ର ଅନ୍ତିମ ଗ୍ରାଣ୍ଡସ୍ଲାମ୍ ଟୁର୍ଣ୍ଣାମେଣ୍ଟ୍ ୟୁଏସ୍ ଓପନ୍‌ରେ ବୁଧବାର ଦ୍ୱିତୀୟ ସିଡ୍ ଖେଳାଳି ସ୍ପେନ୍‌ର ରାଫେଲ୍ ନାଡାଲ୍ ଦ୍ୱିତୀୟ ରାଉଣ୍ଡ୍‌ରେ ପହଞ୍ଚିଛନ୍ତି । ସେ ପ୍ରଥମ ରାଉଣ୍ଡ୍‌ରେ ଅଷ୍ଟ୍ରେଲିଆର ରିଙ୍କି ହିଜିକାଟାଙ୍କୁ ୪-୬,୬-୨,୬-୩,୬-୪ରେ ପରାସ୍ତ କରିଛନ୍ତି । କିନ୍ତୁ ମହିଳା ସିଙ୍ଗଲ୍ସରେ ଏକାଦଶ ସିଡେଡ୍ ବ୍ରିଟେନ୍‌ର ଏମ୍ମା ରାଡୁକାନୁ ପ୍ରଥମ ରାଉଣ୍ଡ୍‌ରୁହିଁ ବିଦାୟ ନେଇଛନ୍ତି । ତାଙ୍କୁ ଫ୍ରାନ୍ସର ଆଲାଇଜ୍ କୋର୍ନେଟ୍ ୬-୩,୬-୩ ସେଟ୍‌ରେ ପରାସ୍ତ କରିଛନ୍ତି । ପୁରୁଷ ସିଙ୍ଗଲ୍ସରେ ଅନ୍ୟ ଏକ ପ୍ରଥମ ରାଉଣ୍ଡ୍ ମ୍ୟାଚ୍‌ରେ ପୋଲାଣ୍ଡ୍‌ର ଅଷ୍ଟମ ସିଡେଡ୍ ଖେଳାଳି ହୁବର୍ଟ ହୁର୍‌କାଜ୍ ଜର୍ମାନୀର ଓସ୍କାର ଓଟେଙ୍କୁ ୬-୪,୬-୨,୬-୪ରେ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡ୍‌କୁ ଉନ୍ନୀତ ହୋଇଛନ୍ତି। ଆହୁରି ଚତୁର୍ଦ୍ଦଶ ସିଡେଡ୍ ଆର୍ଜେଣ୍ଟିନାର ଡିଏଗୋ ସ୍କ୍ୱାର୍ଜମାନ୍ ୱାକ୍‌ଓଭର୍ ପାଇଛନ୍ତି । ଆମେରିକାର ଜ୍ୟାକ ସୋକ୍ ୩-୬,୭-୫,୦-୬,୦-୧ରେ ପଛୁଆ ଥିବା ବେଳେ ଆଉ ଖେଳି ନ ପାରିବାରୁ ସ୍କ୍ୱାର୍ଜମାନ୍ ଦ୍ୱିତୀୟ ରାଉଣ୍ଡ୍‌ରେ ପହଞ୍ଚିଛନ୍ତି । ଅନ୍ୟପକ୍ଷରେ ସ୍ୱିଜରଲାଣ୍ଡ୍‌ର ଅଲିମ୍ପିକ୍ ଚାମ୍ପିଅନ ତ୍ରୟୋଦଶ ସିଡେଡ୍ ଖେଳାଳି ବେଲିଣ୍ଡା ବେନ୍‌ସିକ୍‌ଙ୍କଠାରୁ ୨-୬,୬-୪,୪-୬ରେ ହାରି ଗତ ରବିବାର ଅବସର ଘୋଷଣା କରିଥିବା ଜର୍ମାନୀର ଆଣ୍ଡ୍ରିଆ ପେଟ୍‌କୋଭିକ୍ ପ୍ରଥମ ରାଉଣ୍ଡ୍‌ରୁ ବିଦାୟ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking