33.1 C
Bhubaneswar
Monday, May 20, 2024
Homeଅପରାଧକ୍ଲିନିକରେ ପଶି ଡାକ୍ତରଙ୍କୁ ହତ୍ୟା

କ୍ଲିନିକରେ ପଶି ଡାକ୍ତରଙ୍କୁ ହତ୍ୟା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସୀତାପୁରରେ ଜମେ ଡାକ୍ତରଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଛି । ସୀତାପୁର ହରଗାଂ ଥାନା ଅନ୍ର୍‌ତ  ମୁଦ୍ରାସନରେ ଏହି ଘଟଣା ଘଟିଛି । ଦିନଦ୍ୱିପ୍ରହରରେ ଜଣେ ଦୁର୍ବୃତ୍ତ ଡାକ୍ତରଙ୍କୁ ମାରମାସ୍ତ୍ରରେ ହତ୍ୟା କରିଛି । ତେବେ ଅଭିଯୁକ୍ତକୁ ପୁଲିସ ଗିରଫ କରିଛି । ହରଗାଂ ଅନ୍ତର୍ଗତ ଗ୍ରାମ ମୁଦ୍ରାସନସ୍ଥିତ ଘରୋଇ ଚିକିତ୍ସାଳୟ ରେ ଡାକ୍ତର ମୁନେନ୍ଦ୍ର ପ୍ରତାପ ବର୍ମା ରୋଗୀ ଦେଖୁଥିଲେ । ସେତେବେଳେ ଜମେ ଦୁର୍ବୃତ୍ତ ମାରଣାସ୍ତ୍ର ନେଇ କ୍ଲିନିକ ଭିତରକୁ ପଶିଥିଲା । ପରେ ଧାରୁଆ ଅସ୍ତ୍ରରେ ଡାକ୍ତର ମୁନେନ୍ଦ୍ରଙ୍କ ଉପରକୁ ଆକ୍ରମଣ କରିବା ଆରମ୍ଭ କରି ଦେଇଥିଲା । ତେବେ କୌଣସି ପ୍ରକାରେ ଡାକ୍ତର କବାଟ ଖୋଲି ସାହାଯ୍ୟ ପାଇଁ ଚିତ୍କାର କରିଥିଲେ । କୁହାଯାଉଛି ଯେ, ଅଭିଯୁକ୍ତ ଧାରୁଆ ଅସ୍ତ୍ରରେ ଡାକ୍ତରଙ୍କ ହାତ କାଟିବା ପରେ ମୁଣ୍ଡ ଓ ବେକକୁ ଆକ୍ରମଣ କରିଥିଲା । ପରେ କ୍ଲିନିକର ଷ୍ଟାଫ ଓ ଆଖପାଖ ଲୋକ ଡାକ୍ତରଙ୍କ ପାଖକୁ ଆସିଲା ବେଳକୁ ବହୁତ ରକ୍ତସ୍ରାବ ହୋଇସାରିଛି । ପ୍ରତ୍ୟେକ୍ଷଦର୍ଶୀଙ୍କ କହିବାନୁସାରେ, ଅଭିଯୁକ୍ତ ହାତରେ ଛୁରୀ ବି ଧରିଥିଲା । ଏହି ସୂଚନା ମିଳିବା ପରେ ପୁଲିସ ପହଂଚି ଆକ୍ରମଣକାରୀକୁ ଗାଁ ନିକଟରୁ ଗିରଫ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking