21.1 C
Bhubaneswar
Monday, January 27, 2025
Homeଦେଶ ବିଦେଶବିପୁଳ ଭୋଟ ପାଇ ବିଜୟୀ ହେଲେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଯୋଗ୍ୟ ଆଦିତ୍ୟନାଥ

ବିପୁଳ ଭୋଟ ପାଇ ବିଜୟୀ ହେଲେ ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଯୋଗ୍ୟ ଆଦିତ୍ୟନାଥ

ଲକ୍ଷ୍ନୌ: ଜିତିଲେ ଯୋଗୀ । ଆଜି ଭୋଟ ଗଣନା ଚାଲିଥିବା ବେଳେ ଉତ୍ତରପ୍ରଦେଶରେ ଏବେ ବହୁ ଆଗରେ ରହିଛି ବିଜେପି । ଗୋରାଖପୁରରେ ଭୋଟ ଗଣନା ଶେଷ ହୋଇଥିବା ବେଳେ ବିପୁଳ ଭୋଟ ପାଇ ବିଜୟୀ ହୋଇଛନ୍ତି ବିଜେପିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଯୋଗୀ ଆଦିତ୍ୟନାଥ । ୧,୦୨,୦୦୦ ଭୋଟ ପାଇ ଯୋଗୀ ବିଜୟ ହାସଲ କରିଥିବା ଜଣାପଡ଼ିଛି ।

ବର୍ତ୍ତମାନ ସୁଦ୍ଧା ହସ୍ତଗତ ଫଳାଫଳ ଅନୁସାରେ ୪୦୩ ଆସନ ବିଶିଷ୍ଟ ୟୁପି ବିଧାନସଭାରେ ବିଜେପି ୨୨୫ ଆସନରେ ଆଗୁଆ ଥିବା ବେଳେ ଏଯାବତ୍ ୪୪ଟିରେ ବିଜୟୀ ହୋଇଛି । ଅନ୍ୟ ପକ୍ଷରେ ମୁଖ୍ୟ ବିରୋଧୀ ଦଳ ସମାଜବାଦୀ ପାର୍ଟି ୧୨୫ଟିରେ ଆଗୁଆ ରହିଥିବା ବେଳେ ୪ଟିରେ ବିଜୟ ଲାଭ କରିଛି । ତେବେ ଫଳାଫଳକୁ ଦେଖି ଏବେ ବିଜେପି ସରକାର ଗଢ଼ିବାକୁ ଅଣ୍ଟା ଭିଡ଼ିଥିବା ବେଳେ ଗତବର୍ଷ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଥିବା କଥା ସତ ହେଉଥିବା ଦେଖାଯାଇଛି । ଗତବର୍ଷ ସେପ୍ଟେମ୍ବରରେ ଯୋଗୀ କହିଥିଲେ ଯେ, ମୁଁ ୩୭ବର୍ଷର ଅଭିଶପ୍ତ ପରମ୍ପରା ଭାଙ୍ଗିବି । ୩୭ବର୍ଷ ହେଲା କେହି ଲଗାତାର ଦ୍ୱିତୀୟ ଥର ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ହେବାର ସୁଯୋଗ ପାଇ ନଥିବା ବେଳେ ମୁଁ ଏହି ପରମ୍ପରା ଭାଙ୍ଗିବି । ଏହା ଆଜିର ଫଳାଫଳ ଦେଖିବା ପରେ ଏହା ସତ ହେବ ବୋଲି ସ୍ପଷ୍ଟ ହୋଇଯାଇଛି । ଗତ ୩୭ ବର୍ଷ ମଧ୍ୟରେ ଉତ୍ତରପ୍ରଦେଶରେ କୌଣସି ମୁଖ୍ୟମନ୍ତ୍ରୀ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିନାହାନ୍ତି । ୪ଜଣ ମୁଖ୍ୟମନ୍ତ୍ରୀ ଅତୀତରେ ଉତ୍ତରପ୍ରଦେଶରେ କ୍ଷମତାକୁ ଫେରିଛନ୍ତି କିନ୍ତୁ ସେମାନଙ୍କ ମଧ୍ୟରୁ କେହି ବି ପାଞ୍ଚ ବର୍ଷ କ୍ଷମତାରେ ରହିପାରିନାହାନ୍ତି । ୧୯୮୫ରେ ଶେଷ ଥର ପାଇଁ ଲଗାତାର ଦ୍ୱିତୀୟ ଥର ମୁଖ୍ୟମନ୍ତ୍ରୀ ପଦବୀ ଜିତିବାରେ ସଫଳ ହୋଇଥିଲେ ନାରାୟଣ ଦତ୍ତ ତିୱାରୀ । ୧୯୮୫ ପୂର୍ବରୁ ଲଗାତାର କ୍ଷମତାକୁ ଆସିଥିବା ଅନ୍ୟ ୟୁପି ମୁଖ୍ୟମନ୍ତ୍ରୀମାନେ ହେଲେ ୧୯୫୭ରେ ସମ୍ପୂର୍ଣ୍ଣାନନ୍ଦ, ୧୯୬୨ମସିହାରେ ଚନ୍ଦ୍ରଭାନୁ ଗୁପ୍ତା ଏବଂ ୧୯୭୪ ରେ ହେମବତୀ ନନ୍ଦନ ବହୁଗୁଣା । ତେବେ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶରେ କ୍ଷମତା ବଜାୟ ରଖିବାରେ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ବେଳେ ରାଜ୍ୟରେ ପାଞ୍ଚ ବର୍ଷର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିବାରେ ତୃତୀୟ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking