29.1 C
Bhubaneswar
Friday, October 18, 2024
Homeଓଡିଶାଉଠିଲା ତିନି ରଥର ପ୍ରଥମ ଭୂଇଁ

ଉଠିଲା ତିନି ରଥର ପ୍ରଥମ ଭୂଇଁ

ପୁରୀ : ରଥ ନିର୍ମାଣର ୪୧ ତମ ଦିନରେ ତିନି ରଥର ପ୍ରଥମ ଭୂଇଁ ଉଠିଛି । ଏହା ପରେ ଚଉଦ ନାହାକା ସଂଯୋଗ କରାଯିବ । ତିନିରଥର ୪୪ ଗୋଟି ଯୋ’ ରଥ ଚତୁର୍ପାର୍ଶ୍ୱ କୋଣ ମାନଙ୍କରେ ଫିଟିଙ୍ଗ ଶେଷ ହୋଇଛି । ଭୁଇଁର ମଧ୍ୟ ଭାଗରେ ‘କନକ ମୁଣ୍ଡି’ ପାଇଁ କନକ ମୁଣ୍ଡି ପଟା ଚାରିଗୋଟି ବର୍ଗାକାର ଭାବେ ସେଟିଙ୍ଗ ହୋଇଅଛି ।

ଏପଟେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ତିନି ରଥର ବିଶ୍ୱକର୍ମା ମହାରଣା ମାନେ ପ୍ରଥମ ଭୂଇଁ ଫ୍ରେମ ସଂଯୋଗ କରିବା ପରେ ୧୪ ନାହାକା ସେଟ୍ କରିବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ସେହିପରି ରୂପକାର ସେବକ ମାନେ ତିନି ରଥର ନାଟଗୋଡରେ ରୂପ ଖୋଦେଇ ଜାରି ରଖିଥିବା ବେଳେ କମାରଶାଳରେ ଓଝା ସେବକ ମାନେ ତିନି ରଥର ତାଗ କଣ୍ଟା ନିର୍ମାଣ ଜାରି ରଖିଛନ୍ତି । ଚିତ୍ରକର ସେବକ ମାନେ ତିନି ରଥର ପାର୍ଶ୍ୱ ଦେବଦେବୀଙ୍କ ସହ ଶିଖର ଡମ୍ବରୁରେ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking