27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶବ୍ରହ୍ମାଣ୍ଡକୁ ନେଇ ଥିବା ରହସ୍ୟ; ଯାହା ଉପରୁ ବୈଜ୍ଞାନିକମାନେ ବି ଉଠାଇ ପାରିନାହାନ୍ତି ପରଦା

ବ୍ରହ୍ମାଣ୍ଡକୁ ନେଇ ଥିବା ରହସ୍ୟ; ଯାହା ଉପରୁ ବୈଜ୍ଞାନିକମାନେ ବି ଉଠାଇ ପାରିନାହାନ୍ତି ପରଦା

ଭୁବନେଶ୍ୱର: ବ୍ରହ୍ମାଣ୍ଡ ଭିତରେ ଜଣା ନାହିଁ କେତେ ରହସ୍ୟ ଲୁଚି ରହିଛି । ଏହି ରହସ୍ୟ ବିଷୟ ରେ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ମଧ୍ୟ ବୁଝି ପାରି ନାହାଁନ୍ତି । ଆଜି ଆମେ ଏପରି ଏକ ସବୁଠାରୁ ବଡ ରହସ୍ୟ ବିଷୟ ରେ କହିବୁ ଯାହା ଆଜି ମଧ୍ୟ ରହସ୍ୟ, ଯାହା ଉପରୁ ବୈଜ୍ଞାନିକ ମାନେ ପରଦା ଉଠାଇ ପାରିନାହାଁନ୍ତି । ଅନ୍ତରିକ୍ଷ ରେ ସବୁବେଳେ ଲୋକ ମାନଙ୍କ ପାଇଁ ଜିଜ୍ଞାସାର  କେନ୍ଦ୍ର ହୋଇ ରହିଛି । ବ୍ରହ୍ମାଣ୍ଡ ଅନନ୍ତ ଏବଂ ଅସୀମିତ ଯେଉଁଠି ଅସଂଖ୍ୟ ରହସ୍ୟ ଲୁଚି ରହିଛି । ବିଜ୍ଞାନ ଯେତେ ଯେତେ ଆଗକୁ ବଢୁଛି ସେତେ ସେତେ ବ୍ରହ୍ମାଣ୍ଡ ରହସ୍ୟ ଉପରୁ ପରଦା ଉଠି ଚାଲିଛି । ହେଲେ ଏବେ ମଧ୍ୟ ଅନେକ ରହସ୍ୟ ରହିଛି ଯାହା ଉପରୁ ପରଦା ଉଠିବା ବାକି ଅଛି । ଆସନ୍ତୁ ଜାଣିବା ପୃଥିବୀ ର ସବୁଠାରୁ ବଡ ରହସ୍ୟ ବିଷୟରେ ….
ବୈଜ୍ଞାନିକ ମାନେ ମାନନ୍ତି ଅନ୍ତରିକ୍ଷ ରେ ଲକ୍ଷ ଲକ୍ଷ ଗାଲାକ୍ସି ମହଜୁଦ ରହିଛି । ଏଥିରେ ସୂର୍ଯ୍ୟ , ତାରା, ଚନ୍ଦ୍ରମା , ପୃଥିବୀ , ଗ୍ରହ , ଉପଗ୍ରହ , ଉଲ୍କା ଏବଂ ବ୍ଲାକ ହୋଲ ରହିଛି ।  ବୈଜ୍ଞାନିକ ମାନେ ଗାଲାକ୍ସି  ରେ ଅସଂଖ୍ୟ ତାରା ମଣ୍ଡଳ ର ସନ୍ଧାନ ପାଇଛନ୍ତି । ଆମେ ଯେଉଁ ପୃଥିବୀରେ ବାସ କରୁଛୁ ତାର ନାମ ହେଲା ମିଲକ ୱେ  ା  ଏହି ଗାଲାକ୍ସିରେ ପୃଥିବୀ ଭଳି ଗ୍ରହ ଉପରେ ଜୀବନ ହୋଇପାରେ । ଏଠାରେ ରହୁଥିବା ମନୁଷ୍ୟ ଏହି ଧରିତ୍ରୀରେ ରହୁଥିବା ମନୁଷ୍ୟଠାରୁ ବୁଦ୍ଧିମାନ । ବୌଜ୍ଞାନିକ ମାନେ ଏପର୍ଯ୍ୟନ୍ତ ୮୦୦ ରୁ ଅଧିକ ଗାଲାକ୍ସି ଖୋଜି ବାହାର କରିଛନ୍ତ । ସେମାନଙ୍କର କହିବା କଥା ହେଉଛି କି ମହାକାଶ ରେ ଆହୁରି ୧୯ ଅରବ ଗାଲାକ୍ସି ରହିଥାଇପାରେ ।
ବ୍ଲାକ ହୋଲ ହେଉଚି ସେହି ଜାଗା ଯେଉଁଠି ଭୌତିକର କୌଣସି ନିୟମ କାମ କରେ ନାହିଁ । ବ୍ରହ୍ମାଣ୍ଡର ଏହା ଏମିତି ଏକ ଅବଜେକ୍ଟ ଯେଉଁଠି ମାଧ୍ୟାକର୍ଷଣ ଶକ୍ତି ଏତେ ଅଧିକ ଯେ, ଏଥିରୁ ଲାଇଟ ବି ବର୍ତିପାରେ ନାହିଁ ।  ବିଜ୍ଞାନ ଯେତେ ଆଗକୁ ବଢୁଛି, ବ୍ଲାକ ହୋଲର ଅନେକ ରହସ୍ୟ ମଧ୍ୟ ଖୋଲିବାରେ ଲାଗିଛି । ହେଲେ ଆଜି ବି କିଛି ରହସ୍ୟ ରହିଛି ।
ଧରିତ୍ରୀ ପରି ମଙ୍ଗଳ ଗ୍ରହ ରେ ମଧ୍ୟ ବଡ ବଡ ସମୁଦ୍ର ଏବଂ ଜଳ ଧାରା ରହିଥିଲା । କିନ୍ତୁ ବୈଜ୍ଞାନୀକ କୁହନ୍ତି ଯେ କୋଟି କୋଟି ବର୍ଷ ପୂର୍ବରୁ  ହୋଇଥିବା ମାଧ୍ୟାକର୍ଷଣ ପାଇଁ ଏହାର ମାଗ୍ନେଟିକ ଫିଲ୍ଡ ଦୁର୍ବଳ ହୋଇଯାଇଥିବ ।  ଏଥିପାଇଁ ମଙ୍ଗଳ ଗ୍ରହରେ ଥିବା ପାଣି ବାଷ୍ପ ହୋଇଯାଇଥିବ କିମ୍ବା ତା ଭିତରେ ଥଣ୍ଡା ହୋଇ ଜମି ଯାଇଥିବ ।  ଦିତୀୟ କଥା ହେଲା ଯଦି ଏହି ମଙ୍ଗଳ ଗ୍ରହରେ କୈାଣସି ପ୍ରଜାତି ମଙ୍ଗଳ ଗ୍ରହରେ ଥିବ ତେବେ ଜଳର ଅଭାବ କିମ୍ବା ସୂର୍ଯ୍ୟଙ୍କ ହାନିକାରଣ କିରଣ ପାଇଁ ସମାପ୍ତ ହୋଇଯାଇଥିବ ।
ନାସା ଅର୍ବିଟର୍ସରୁ ମଙ୍ଗଳ ଗ୍ରହରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ସେଥିରୁ ଏକ ପ୍ରଶ୍ନ ଉଠୁଛି ଯେ, ସତରେ କଣ କୋଟି କୋଟି ବର୍ଷ ପୂର୍ବରୁ  ମଙ୍ଗଳ ଗ୍ରହରେ ବି ପୃଥିବୀ ପରି ଜୀବନ ଥିଲା । ଏବେ ଏହା ଏକ ରହସ୍ୟ । ବ୍ରହ୍ମାଣ୍ଡ
ହେଉଛି ବିଶାଳକାୟ କିମ୍ବା ଏହା ଅନ୍ତହୀନ ବୋଲି କୁହାଯାଇପାରେ । ହେଲେ ବୈଜ୍ଞାନିକମାନେ ଏ ପର୍ଯ୍ୟନ୍ତ ବ୍ରହ୍ମାଣ୍ଡରେ ୧୫୦ ବିଲିୟନ୍ସ ଆକାଶଗଙ୍ଗାର ସନ୍ଧାନ କରିପାରିଛନ୍ତି । ରିସର୍ଚ୍ଚ ଅନୁସାରେ, ଯେତିକି ଆକାଶଗଙ୍ଗାର ସନ୍ଧାନ ମିଳିଛି ତାଙ୍କ ସଂଖ୍ୟା ୨୫୦ ଗୁଣାରୁ ବି ଅଧିକ ହୋଇପାରେ । ଏହିସଂଖ୍ୟା ଏତେ ଅଧିକ ଯେ, ଯଦି ଏହାକୁ ଇଂଟରନେଟ ବ୍ରାଉଜରରେ ସର୍ଚ୍ଚ କରାଯିବ, ତେବେ ବ୍ରାଉଜରକୁ କ୍ରାସ କରିପାରେ ।
ମହାକାଶର ୯୫ ପ୍ରତିଶତ ଅଂଶ ଡାର୍କ ମ୍ୟାଟର ଓ ଡାର୍କ ଏନର୍ଜୀରେ ପ୍ରସ୍ତୁତ । ଯେତେବେଳେ କି ବାକି ଥିବା ୫ ପ୍ରତିଶତ ଭୌତିକ ପଦାର୍ଥରେ ଗଠିତ । ଯେଉଁଥିରେ ଗ୍ରହ, ନକ୍ଷତ୍ର, ତାରା ସାମିଲ ଅଛନ୍ତି ଆଉ ଯାହାକୁ ଆମେ ଦେଖିପାରୁଛୁ । ଏହାଦ୍ୱାରା ହିଁ ବ୍ରହ୍ମାଣ୍ଡର ଅସ୍ତିତ୍ୱ ସୃଷ୍ଟି ହୋଇଛି ବୋଲି ବୈଜ୍ଞାନିକ କୁହନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking