ନୂଆଦିଲ୍ଲୀ : ଏଣିକି ଅବିବାହିତ ଦମ୍ପତ୍ତିଙ୍କୁ ଓୟୋ ହୋଟେଲ ମନା । ଏନେଇ କମ୍ପାନୀ ପକ୍ଷରୁ ନୂଆ ଚେକଇନ ପଲିସି ଆରମ୍ଭ ହୋଇଛି । ଯେଉଁ ଦମ୍ପତ୍ତିମାନେ ଚେକ ଇନ କରିବେ ସେମାନେ ନିଜର ସଂପର୍କର ବୈଧ ପ୍ରମାଣପତ୍ର ଦାଖଲ କରିବେ । ଏପରିକି ଓୟୋରେ ବୁକିଂ ବେଳେ ଏହି ପ୍ରମାଣ ପତ୍ର ଦାଖଲ କରିବାକୁ ପଡିବ । ବିଭିନ୍ନ ସିଭିଲ ସୋସାଇଟି ଗ୍ରୁପ ପକ୍ଷରୁ ମିଳିଥିବା ପ୍ରସ୍ତାବ ଅନୁସାରେ ଓୟୋ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ପରେ ଅନ୍ୟାନ୍ୟ ସହରରେ ବି ନିୟମ କାଯ୍ୟକାରୀ ହେବ ।