29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶସୀମାହୀନ ପ୍ରେମ: ବରକୁ ୨୮ କନିଆଁକୁ ୬୭, ସରିଛି ରେଜେଷ୍ଟ୍ରି

ସୀମାହୀନ ପ୍ରେମ: ବରକୁ ୨୮ କନିଆଁକୁ ୬୭, ସରିଛି ରେଜେଷ୍ଟ୍ରି

ଭୋପାଳ: କଥାରେ ଅଛି ପ୍ରେମ ଅନ୍ଧ ହୋଇଥାଏ । ଏଥିସହ ପ୍ରେମମାନେ ନାହିଁ ବନ୍ଧ ବାଡ ନା ବୟସ । ସେହିପରି ପ୍ରେମରେ ଦେଖାଯାଏ ନାହିଁ କଳା ଓ ଗୋରା । ତେବେ ମଧ୍ୟପ୍ରଦେଶର ମୁରୈନା ଜିଲ୍ଲା ଅନ୍ତର୍ଗତ ଗ୍ୱାଲିୟରରେ ଏକ ଅଦ୍ଭୁତ ପ୍ରେମ ଦେଖିବାକୁ ମିଳିଛି । ଏଠାରେ ପୁଅକୁ ୨୮ ହୋଇଥିବାବେଳେ ଝିଅକୁ ୬୭ ବର୍ଷ ହୋଇଛି । ଏପଟେ ଦୁଇ ପ୍ରେମୀ ଯୁଗଳ କୋର୍ଟର ଅନୁମତି ପରେ ଏବେ ଲିଭ୍ ଇନ୍ ରିଲେ଼ସନଶିପ୍‌ରେ ରହୁଛନ୍ତି । ସୂଚନା ଅନୁଯାୟୀ, ମୁରୈନା ଜିଲ୍ଲାର ବାସିନ୍ଦା ୬୭ ବର୍ଷୀୟ ରାମକାଲୀ ୨୮ ବର୍ଷୀୟ ଯୁବକ ଭୋଲୁଙ୍କ ପ୍ରେମରେ ପଡିବା ସହ ଦୁହେଁ ବର୍ତ୍ତମାନ ଲିଭ ଇନ୍ ରିଲେସନସିପ୍‌ରେ ରହୁଛନ୍ତି । ତେବେ ରାମକଲୀ ଓ ଭୋଲୁ କୈଲାରସରେ ରହୁଥିବାବେଳେ ଦୁହେଁ ଦୁହେଁକୁ ଭଲ ପାଉଛନ୍ତି । ହେଲେ ବିବାହ କରିବାକୁ ଚାହୁଁ ନଥିବା ଦୁହେଁ କହିଛନ୍ତି । ଅନ୍ୟପଟେ ଲିଭ୍ ଇନ ରିଲେ଼ସନଶିପ୍‌ରେ ରହିବା ପାଇଁ କୋର୍ଟରୁ ଅନୁମତି ନେଇଛନ୍ତି । ତେବେ ଆଇନଜୀବୀ ପ୍ରଦୀପ ଆୱାସୀ କହିଛନ୍ତି ଯେ, ବିବାଦରୁ ରକ୍ଷା ପାଇବା ପାଇଁ ଦମ୍ପତିମାନେ ଏହି ଭଳି ଲିଭ୍ ଇନରେ ରହୁଛନ୍ତି । ଏଥିସହ କୋର୍ଟ ଏହି ସମ୍ପର୍କରେ ମଧ୍ୟ ନୋଟାରୀ ଦେଇଥିବାବେଳେ ଆଇନଗତ ଦଲିଲରେ ଏହା ବୈଧ ନୁହେଁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking