25.1 C
Bhubaneswar
Monday, October 21, 2024
Homeଓଡିଶାଆନ୍ଧ୍ରପ୍ରଦେଶରେ ‘କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ’ର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ଆନ୍ଧ୍ରପ୍ରଦେଶରେ ‘କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ’ର ଶିଳାନ୍ୟାସ କଲେ କେନ୍ଦ୍ରମନ୍ତ୍ରୀ

ଚିନ୍ନାମେଦାପାଲ୍ଲୀ: ଆନ୍ଧ୍ର ପ୍ରଦେଶରେ ସ୍ଥାପନା ହେବାକୁ ଥିବା ‘କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ’ ଆନ୍ଧ୍ରପ୍ରଦେଶ ସମେତ ପଡୋଶୀ ଓଡ଼ିଶା ଓ ଛତିଶଗଡର ଜନଜାତି ସମୁଦାୟର ସାମଗ୍ରିକ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ଏହି ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବା ଅବସରରେ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଳ୍ପନା ଓ ଆନ୍ଧ୍ର ସରକାରଙ୍କ ସହଯୋଗ କାରଣରୁ ଆନ୍ଧ୍ରର ଚିନ୍ନାମେଦାପାଲ୍ଲୀ ଠାରେ ୮୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚରେ ଏହି ସ୍ଥାୟୀ ଜନଜାତି କ୍ୟାମ୍ପସ ପ୍ରାୟ ୫୦୦ ଏକର ପରିମିତ ଜମିରେ ନିର୍ମାଣ ହେବ । ଆନ୍ଧ୍ର ସରକାର ଜାଗା ସମେତ, ବିଦ୍ୟୁତ, ରାସ୍ତା, ପାନୀୟ ଜଳ ସମେତ ଆନୁଷଙ୍ଗିକ ସୁବିଧା ଦେବ । ଏହି ସବୁକୁ ମିଶାଇଲେ ପ୍ରାୟ ପ୍ରାୟ ୨ ହଜାର କୋଟି ଟଙ୍କା ବ୍ୟୟରେ ଏକବିଂଶ ଶତାବ୍ଦୀର ନୂଆ ବାଲାଜୀ ମନ୍ଦିର ପ୍ରତିଷ୍ଠା କରୁଛୁ । ଏହି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ଦ୍ୱାରା ଓଡ଼ିଶା ସମେତ ଆନ୍ଧ୍ର ଓ ଛତିଶଗଡର ଜନଜାତିଙ୍କ କଲ୍ୟାଣ ହେବ ।

ଏହା ପ୍ରଧାନମନ୍ତ୍ରୀଙ୍କ ଜନଜାତି କଲ୍ୟାଣକୁ ବାସ୍ତବ ରୂପ ଦେବା ଦିଗରେ ଅନ୍ୟତମ ପଦକ୍ଷେପ । ଏହି ୟୁନିଭରସିଟିରେ ଡାଇଭରସିଟି ଓ ଡେମୋଗ୍ରାଫିର ଅବସର ମିଳୁଛି । ଏହି ଶିକ୍ଷାନୁଷ୍ଠାନରେ ଲଘୁଜାତ ବନଦ୍ରବ୍ୟ ଉପରେ ଅତ୍ୟାଧୁନିକ ଗବେଷଣା ହେବ । ଜନଜାତି କଳା, ସଂସ୍କୃତି ସଙ୍ଗୀତ, ଉଦ୍ୟାନ କୃଷି, କୃଷି ବିଜ୍ଞାନ, ଖାଦ୍ୟପେୟ,ମିଲେଟ୍ ଉପରେ ମଧ୍ୟ ପ୍ରାଥମିକତା ଦିଆଯିବ । ଏହି ବିଶ୍ୱବିଦ୍ୟାଳୟ, ଦକ୍ଷତା, କ୍ରୀଡା, ଆପ୍ଲାଏଡ ଏଜ୍ୟୁକେସନ ଓ ଉଭାହେଉଥିବା ଟେକ୍ନୋଲୋଜିର ବିଶ୍ୱବିଦ୍ୟାଳୟ ହେବ । ଆଗାମୀ ଦିନରେ ଏହି ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନେ ଜାତୀୟ ଶିକ୍ଷା ନୀତି ଆଧାରରେ ଚନ୍ଦ୍ରାୟନ-୩ ଭଳି ବିଶ୍ୱରେ ନିଜ ପରିଚୟ ତିଆରି କରିବେ । ଆସନ୍ତା ଦିନରେ ଏହି ବିଶ୍ୱବିଦ୍ୟାଳୟ ହାଓ୍ୱାର୍ଡ ଓ ଅକ୍ସଫୋର୍ଡ ସହ ପ୍ରତିଯୋଗିତା କରାଇବା, ଏହା ଆମର ଲକ୍ଷ୍ୟ ହେଉ । ସଂଘୀୟ ବ୍ୟବସ୍ଥାରେ ଜନଜାତିଙ୍କ ବିକାଶ ଓ ଗରିବ କଲ୍ୟାଣରେ ବିଶେଷ ଭାବରେ ଶିକ୍ଷା କ୍ଷେତ୍ରରେ ଆମକୁ ମିଳିତ କାମ କରିବାର ଆବଶ୍ୟକତା ରହିଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଜାତୀୟ ଶିକ୍ଷା ନୀତିରେ ମାତୃଭାଷାକୁ ଗୁରୁତ୍ୱ ଦିଆଯାଇଛି । ଶିଶୁଙ୍କ ପ୍ରାରମ୍ଭିକ ପାଠପଢା ମାତୃଭାଷାରେ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଭାବନା ରହିଛି । ଏହା ଉପରେ ଗୁରୁତ୍ୱ ଦେବା ଦରକାର ବୋଲି ସେ କହିଛନ୍ତି । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଆନ୍ଧ୍ରର କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ଉଚ୍ଚ ଶିକ୍ଷାନୁଷ୍ଠାନର ଭିତ୍ତିଭୂମିର ବିକାଶ ନେଇ ଅଧିକାରୀଙ୍କ ସହ ସମୀକ୍ଷା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking