ନୂଆଦିଲ୍ଲୀ: ଆଜି ଅର୍ଥାତ୍ ଗୁରୁବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ରମେଶ ପୋଖରିଆଲ ଏକ ୱେବିନାର ରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଯେଉଁଥିରେ ନୀଟ ଓ ଜେଇଇ ଛାତ୍ର ଛାତ୍ରୀ ବି ସାମିଲ ରହିଥିଲେ । ଏହି ସିଜନ୍ ରେ ମନ୍ତ୍ରୀ ପିଲାଙ୍କ ଅନେକ ପ୍ରଶ୍ନର ଉତ୍ତର ମଧ୍ୟ ଦେଇଥିଲେ । ସେ କହିଥିଲେ ମେଡିକାଲ୍ ଏଣ୍ଟ୍ରାନ୍ସ ଟେଷ୍ଟ ନିଟ୍ ୨୦୨୧ କୌଣସି ପ୍ରକାରରେ କ୍ୟାନ୍ସଲ ହେବାର ନାହିଁ । ଅନ୍ୟପଟେ ଜେଇଇ ମେନ କୁ ମଲ୍ଟିପେଲ୍ ସିଜନ୍ ରେ କରାଯିବାକୁ ଯୋଜନା ଚାଲିଚି । ସେହିଭଳି ଛାତ୍ର ଛାତ୍ରୀମାନେ ସିବିଏ ସ ଇ ବୋର୍ଡ ଏକ୍ସାମ୍ ୨୦୨୧, ଜେଇଇ ମେନ ୨୦୨୧ ଓ ନିଟ ୨୦୨୧ ବିଷୟରେ ବି ଅନେକ ପ୍ରଶ୍ନ ପଚାରିଥିଲେ । ନୀଟ ପରୀକ୍ଷା ପୂର୍ବରୁ ତିନି ଥର କ୍ୟାନ୍ସେଲ୍ ହୋଇସାରିଛି । ସେଥିପାଇଁ ଏବେ ଏହା ଆଉ ସ୍ଥଗିତ ହେବାର ନାହିଁ ।