14.1 C
Bhubaneswar
Saturday, January 11, 2025
Homeବ୍ରେକୀଙ୍ଗପରକ୍ରିୟା ପ୍ରିତି ପାଇଁ ଭାଣିଜୀକୁ ହତ୍ୟା କଲେ ମାମୁଁ ମାଇଁ

ପରକ୍ରିୟା ପ୍ରିତି ପାଇଁ ଭାଣିଜୀକୁ ହତ୍ୟା କଲେ ମାମୁଁ ମାଇଁ

ମୟୁରଭଞ୍ଜ : ପୁଣି ସାମ୍ନାକୁ ଆସିଲା କଂସ ମାମୁଁର ନୃଶଂସ ଚରିତ୍ର। ମାମୁଁ ହାତରେ ଗଲା ସମ୍ପର୍କୀୟ ନାବାଳିକା ଭାଣିଜୀର ଜୀବନ। ପରକ୍ରିୟାପ୍ରିତି ଘଟଣା ଲୁଚାଇବା ସହିତ ପ୍ରଘଟ ନ ହେବା ପାଇଁ ସମ୍ପର୍କୀୟ ଭାଣିଜୀକୁ ମାମୁଁ ମାଇଁ ମିଶି ହତ୍ୟା କରିଥିବା ଜଣାପଡିଛି। ଏଭଳି ଏକ ଅଭାବନିୟ ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ସୁନ୍ଦରକୋଇଲି ଗ୍ରାମରେ । ତେବେ ବଳରାମ ପାତ୍ରଙ୍କ 8 ବର୍ଷ ବୟସର ନାବାଳିକା ଝିଅ ବିଷ୍ନୁପ୍ରିୟା। ସେହି ଗ୍ରାମରେ ଥିବା ତାଙ୍କ ମାମୁଁ ଦୟାନିଧି ସାହୁଙ୍କ ଘରେ ରହି ପାଠପଢୁ ଥିଲେ। ତେବେ ଶୁକ୍ରବାର ସକାଳ 9 ଟାରୁ ସାଙ୍ଗ ମାନଙ୍କ ସହିତ ଖେଳିବାକୁ ଯାଇ ନିଖୋଜ ହୋଯାଇଥିଲା ବିଷ୍ଣୁପ୍ରିୟା। ପରିବାର ଲୋକେ ଓ ବନ୍ଧୁବାନ୍ଧବ ବହୁ ଖୋଜା ଖୋଜି ପରେ କୌଣସି ସନ୍ଧାନ ନ ପାଇ ନିରାଶ ହୋଇ ଶେଷରେ ବାଲିଆପାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ବାଲିଆପାଳ ପୋଲିସ 245 ନମ୍ବରରେ ଏକ ମାମଲା ରୁଜୁ କରିବା ସହିତ , ସନ୍ଦେହ ଘେରୋରେ ରଖି ଜଣଙ୍କୁ ଅଟକ କରି ତଦନ୍ତ ଆରମ୍ଭ କରିଥିଲା ବାଲିଆପାଳ ପୋଲିସ। ଅଭିଯୁକ୍ତ ଦୀପକ ତାଙ୍କର ଜଣେ ସମ୍ପର୍କୀୟ ଭାଉଜଙ୍କ ସହିତ ଅନୈତିକ ସମ୍ପର୍କ ଥିବାର ଦେଖି ଦେଇଥିଲା ବିଷ୍ଣୁପ୍ରିୟ କାଳେ ବାହାରେ କାହା ପାଖରେ ଏସମ୍ପର୍କ ବିଷୟରେ କିହିଦେଵ ଭାବି ସମ୍ପର୍କୀୟ ମାମୁଁ ଦୀପକ ସାହୁ ଓରଫ (ନଟିଆ) ଓ ମାଇଁ ବସୁମତୀ ମିଳିତ ଭାବେ ଯୋଜନା କରି ନୃଶଂସ ଭାବେ ହତ୍ୟା କରିଥିବା ପୋଲିସ ନିକଟରେ ସ୍ୱୀକାର କରିଥିଲା। ଆଜି ସକାଳେ ଅଭିଯୁକ୍ତ ଦୀପକ ସାହୁକୁ ନେଇ ବାଲିଆପାଳ IIC ବିମଲ ନାୟକ ,ବସ୍ତା ଏସଡ଼ିପିଓ ଜଳନ୍ଧର ଜାଲି, ମାଜିଷ୍ଟ୍ରେଟଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ଏକ ପରିତ୍ୟକ୍ତ ଜଳାଶୟରୁ ମୃତଦେହ ଉଦ୍ଧାର କରି ଶବବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ କୌଣସି ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରାଯାଇଛି, ଏନେଇ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯାଇଛି ବୋଲ ବସ୍ତା ଏସଡ଼ିପିଓ ସୂଚନା ଦେଇଛନ୍ତି। ଘଟଣାକୁ ନେଇ ଗ୍ରାମରେ ଶୋକର ଛାୟା ଖେଳି ଯିବା ସହ ଚାପା ଉତ୍ତେଜନାକୁ ଲକ୍ଷ କରି ଗ୍ରାମରେ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଅନ୍ୟପଟେ ଅଭିଯୁକ୍ତ ମାନଙ୍କ ବିରୋଧରେ ଆଖିଦୃଶିଆ ଶକ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ପିରିବାର ଲୋକ ଓ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking