17.1 C
Bhubaneswar
Thursday, January 9, 2025
Homeଦେଶ ବିଦେଶମିଥ୍ୟା ଅପବାଦ ସହି ନ ପାରି ଆତ୍ମହତ୍ୟା କଲେ ଛାତ୍ରୀ

ମିଥ୍ୟା ଅପବାଦ ସହି ନ ପାରି ଆତ୍ମହତ୍ୟା କଲେ ଛାତ୍ରୀ

କୋଲକାତା : ପରୀକ୍ଷାରେ କପି କରିଥିବା ମିଥ୍ୟା ଅପବାଦ ସହି ନପାରି ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ନ୍ୟୁ ଜଲପାଇଗୁଡ଼ି ସହର ନିକଟ ଦେବନଗର ଅଞ୍ଚଳରେ ଛାତ୍ରୀଙ୍କ ଘରୁ ଏକ ସୁଇସାଇଡ୍ ନୋଟ୍ ଉଦ୍ଧାର କରାଯାଇଛି । ଯେଉଁଠାରେ ସେ ଦାବି କରିଛନ୍ତି, ପରୀକ୍ଷାରେ କପିର ମିଥ୍ୟା ଅଭିଯୋଗ ତାଙ୍କ ନାମରେ କରାଯାଇଛି । ଏହି ଲଜ୍ଜା ସହି ନପାରି ସେ ଆତ୍ମହତ୍ୟା କରିଛନ୍ତି । ସେପଟେ ପରିବାର ପକ୍ଷରୁ ସ୍କୁଲ କର୍ତ୍ତୃପକ୍ଷ ଏବଂ ବିଦ୍ୟାଳୟର ଜଣେ ଛାତ୍ରୀଙ୍କ ବିରୋଧରେ ଅଭିଯୋଗ ହୋଇଛି। ପରିବାରବର୍ଗ କହିଛନ୍ତି ଯେ, ଅଷ୍ଟମ ଶ୍ରେଣୀରେ ପଢୁଥିବା ଶ୍ରେୟାଙ୍କ ବିରୋଧରେ ସ୍କୁଲ କର୍ତ୍ତୃପକ୍ଷଙ୍କ ପରୀକ୍ଷାରେ କପି କରିଥିବାର ଅଭିଯୋଗ ଆଣିଥିଲେ । କିନ୍ତୁ ସେ ଏହାକୁ ନକଲି କରିନାହାଁନ୍ତି ବୋଲି ଶ୍ରେୟା ଜିଦ୍ ଧରିଥିଲେ ।

ଅଭିଯୋଗ ଅନୁଯାୟୀ, ଶ୍ରେଣୀର ଛାତ୍ରୀଙ୍କ ଅଭିଯୋଗକୁ ଭିତ୍ତିକରି ସ୍କୁଲ କର୍ତ୍ତୃପକ୍ଷ ଶ୍ରେୟାଙ୍କ ପରିବାରକୁ ଡାକିଥିଲେ । ସେମାନେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଶ୍ରେୟା ଘରକୁ ଫେରିଆସିଥିଲେ । ତା’ପରେ ସେ ରାତିରେ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟା ନୋଟରେ ଶ୍ରେୟା ନିର୍ଦ୍ଦୋଷ ବୋଲି ଦାବି କରିଛନ୍ତି । ସେ ଲେଖୁଛନ୍ତି, ମିଥ୍ୟା ଅଭିଯୋଗ ଅସହ୍ୟ ହେବାରୁ ମୁଁ ଆତ୍ମହତ୍ୟା କରିବାର ରାସ୍ତା ବାଛିଲି । ମୁଁ ସେମିତି କିଛି ଭୁଲ୍ କରିନାହିଁ । ଏହି ଘଟଣା ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking