ପ୍ରୟାଗରାଜ : ଉମେଶ ପାଲ୍ ହତ୍ୟାକାଣ୍ଡର ଅଭିଯୁକ୍ତ ମାଫିଆ ଅତିକ୍ ଅହମ୍ମଦର ଆଉଜଣେ ନିକଟତମ ସହଯୋଗୀ ମାଶୁକ୍ଉଦ୍ଦିନ୍ର ଘର ଉପରେ ବୁଲ୍ଡୋଜର୍ ଚଳାଇବା ପାଇଁ ଉତ୍ତର ପ୍ରଦେଶ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି । ମାଶୁକ୍ଉଦ୍ଦିନ୍ର ଅତିକ୍ର ଅତି ନିକଟତମ ସହଯୋଗୀ ହୋଇଥିବା ବେଳେ ପ୍ରୟାଗରାଜରେ ତା’ର ଅପରାଧ ଇତିହାସ ରହିଛି ।
ପ୍ରୟାଗରାଜ ଡେଭେଲପ୍ମେଣ୍ଟ୍ ଅଥରିଟି (ପିଡିଏ) ସଚିବଙ୍କ ଅନୁସାରେ ଅହମଦପୁର ଅସରୌଲି ଥାନା ଅନ୍ତର୍ଗତ ପରାମୁଫ୍ତିରେ ଥିବା ମାଶୁକ୍ଉଦ୍ଦିନ୍ର ଘର ଅବୈଧ ଭାବେ ନିର୍ମାଣ କରାଯାଇଛି । ଏ ନେଇ ପିଡିଏ ପକ୍ଷରୁ ନୋଟିସ୍ ମଧ୍ୟ ଜାରି କରାଯାଇଥିଲା । ନୋଟିସ୍ ପରେ ମାଶୁକ୍ ୨୦୦ ଗଜ ଜମିରେ ନିର୍ମିତ ଘରର ନକ୍ସା ପ୍ରଦାନ କରିଥିଲେ ମଧ୍ୟ ଏହା ଜାଲ୍ ବୋଲି ଜଣାପଡ଼ିଥିଲା ।
ଏହା ବ୍ୟତୀତ ଏହି ନିର୍ମାଣକୁ ନେଇ ଏୟାର୍ଫୋର୍ସ ମଧ୍ୟ ଆପତ୍ତି କରିଥିଲା । ଏହାପରେ ଅବୈଧ ଭାବେ ନିର୍ମିତ ମାଶୁକ୍ର ଘର ଭାଙ୍ଗିବା ପାଇଁ ଶୁକ୍ରବାର ପ୍ରକ୍ରିୟା ଆରମ୍ଭ ହୋଇଛି ।