37.1 C
Bhubaneswar
Saturday, May 18, 2024
Homeଦେଶ ବିଦେଶଉଜ୍ଜ୍ଵଳା ୨.୦ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କିପରି କରିବେ ଏଲପିଜି କନେକ୍ସନ

ଉଜ୍ଜ୍ଵଳା ୨.୦ର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ଜାଣନ୍ତୁ କିପରି କରିବେ ଏଲପିଜି କନେକ୍ସନ

ନୂଆଦିଲ୍ଲୀ: ଉଜ୍ଜ୍ଵଳା ୨.୦ର ଶୁଭାରମ୍ଭ ହୋଇଯାଇଛି । ଉତ୍ତର ପ୍ରଦେଶର ମହୋବାରୁ ଭିଡିଓ କନଫରେନ୍ସିଂ ଜରିଆରେ ଉଜ୍ଜ୍ଵଳା ଯୋଜନା ୨.୦ର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗରିବ ସୀମାରେଖା ତଳେ ଥିବା ଲାଭାର୍ଥୀଙ୍କୁ ଏଲପିଜି କନେକ୍ସନ ଦେଇ ଉଜ୍ଜ୍ଵଳା ଯୋଜନା ୨.୦ର ଶୁଭାରମ୍ଭ କରିଛନ୍ତି । ଏହି ସମୟରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂହ ପୁରୀ ଓ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉପସ୍ଥିତ ଥିଲେ । ତେବେ ଏହି ଯୋଜନାର ଲାଭ ଉଠାଇବା ପାଇଁ pmuy.gov.in ୱେବସାଇଟରେ ଆବେଦନ କରିପାରିବେ । ଏହି ସମୟରେ ମୋଦି ଉଜ୍ଜ୍ଵଳା ଯୋଜନାର ଲାଭାର୍ଥୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଏଣିକି ଏଲପିଜି କନେକ୍ସନ ପାଇଁ ସ୍ଥାୟୀ ଠିକଣା ଆବଶ୍ୟକ ନାହିଁ । ଶ୍ରମିକ ସାଥୀମାନେ ସ୍ଥାୟୀ ଠିକଣା ପ୍ରମାଣ ପତ୍ର ପାଇଁ ଏଣେତେଣେ ବୁଲିବା ଆବଶ୍ୟକ ପଡ଼ିବ ନାହିଁ । ଆପଣଙ୍କୁ କେବଳ ଆପଣଙ୍କ ଠିକଣାର ଏକ ସେଲଫ୍ ଡିକ୍ଲାରେସନ ଦେବାକୁ ପଡିବ । ଏହାପରେ ଆପଣଙ୍କୁ ଗ୍ୟାସ୍ କନେକ୍ସନ ମିଳିଯିବ । ଆଜି ଉଜ୍ଜ୍ଵଳା ୨.୦ ଯୋଜନାରେ ବହୁ ମହିଳାଙ୍କୁ ମାଗଣାରେ ଗ୍ୟାସ୍ କନେକ୍ସନ ଓ ଚୁଲ୍ଲା ପ୍ରଦାନ କରାଯାଇଛି ।

ଉଜ୍ଜ୍ଵଳା ୨.୦ ଯୋଜନାରେ ଅନ୍ତର୍ଭୁକ୍ତ ହେବା ପାଇଁ ଏହିଭଳି ଆବେଦନ କରିପାରିବେ-
-ପ୍ରଥମେpmuy.gov.in ୱେବସାଇଟକୁ ଯିବେ ଏଠାରେ ନୂଆ ପାଇଁ ଆବେଦନ ଉପରେ କ୍ଲିକ୍ କରିବେ ।
-ଆପଣଙ୍କୁ ପେଜ୍‌ର ତଳେ ତିନୋଟି ଅପ୍ସନ ଦେଖିବାକୁ ମିଳିବ। ଯଥା ଇଣ୍ଡେନ, ଭାରତ ପେଟ୍ରୋଲିୟମ ଏବଂ ଏଚପି ।
-ନିଜ ସୁବିଧା ଅନୁସାରେ କୌଣସି ଗୋଟିଏ ବିକଳ୍ପ ବାଛିବେ ଓ କ୍ଲିକ୍ କରିବେ । ଏହାପରେ ମଗାଯାଇଥିବା ସମସ୍ତ ତଥ୍ୟ ଦେବେ ।
-ତେବେ ଆପଣ ଯଦି ଚାହିଁବେ ତେବେ ଫର୍ମକୁ ଡାଉନଲୋଡ କରି ଏହାକୁ ପୂରଣ କରି ନିକଟରେ ଥିବା ଗ୍ୟାସ୍ ଏଜେନ୍ସି କିମ୍ବା ଡିଲରଙ୍କୁ ଦେଇପାରିବେ ।
-ଡକ୍ୟୁମେଣ୍ଟ ଭେରିଫିକେଶନ ହେବା ପରେ ଆପଣଙ୍କୁ ସରକାରଙ୍କ ପକ୍ଷରୁ ଏଲପିଜି ଗ୍ୟାସ୍ କନେକ୍ସନ ମିଳିଯିବ ।

ପ୍ରକାଶ ଥାଉକି, ୨୦୧୬ ମେ ୧ ତାରିଖରେ ଉତ୍ତର ପ୍ରଦେଶରୁ ଉଜ୍ଜ୍ଵଳା ଯୋଜନାର ଶୁଭାରମ୍ଭ ହୋଇଥିଲା । ଏହି ଯୋଜନାରେ ସେହି ସମୟରେ ୫ କୋଟି ଗରିବ ମହିଳାଙ୍କୁ ଏଲପିଜି କନେକ୍ସନ ଦିଆଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking