40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶପିଏଚ.ଡି ଆଡମିଶନ ପାଇଁ ୟୁଜିସିର ବଡ଼ ଘୋଷଣା, ଜାଣନ୍ତୁ କ’ଣ

ପିଏଚ.ଡି ଆଡମିଶନ ପାଇଁ ୟୁଜିସିର ବଡ଼ ଘୋଷଣା, ଜାଣନ୍ତୁ କ’ଣ

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି)ର ବଡ ଘୋଷଣା । ପିଏଚ.ଡି ଆଡମିଶନ ପାଇଁ ଆଉ ଦରକାର ପଡିବନି ପ୍ରବେଶିକା ପରୀକ୍ଷା । ଏଣିକି ପିଏଚ.ଡି ପଢ଼ିବା ପାଇଁ ଜାତୀୟ ଯୋଗ୍ୟତା ପରୀକ୍ଷା ସ୍କୋର୍ ଆବଶ୍ୟକ । ଆଶାୟୀ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେବା ବଦଳରେ ଘଋଞ ପରୀକ୍ଷାରେ ରଖିଥିବା ସ୍କୋର୍ ଜରିଆରେ ପିଏଚ.ଡି ଆଡମିଶନ ପାଇଁ ଆବେଦନ କରିପାରିବେ । ୟୁଜିସି ପିଏଚ.ଡି ଆଡମିଶନ ପାଇଁ ନେଟ ସ୍କୋରକୁ ମାନ୍ୟତା ଦେବାକୁ ନିଷ୍ପତ୍ତି ନେଇଛି । ଏନେଇ ଏକ ବିଜ୍ଞପ୍ତି ଜାରି କରି ଏ ସମ୍ପର୍କରେ ସୂଚନା ଦିଆଯାଇଛି । ପୂର୍ବରୁ ସମସ୍ତ ବିଶ୍ୱବିଦ୍ୟାଳୟ ଭିନ୍ନ ଭିନ୍ନ ଭାବେ ପିଏଚ.ଡି ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା କରୁଥିଲେ । ଏହାଦ୍ୱାରା ଆଶାୟୀ ଛାତ୍ରଛାତ୍ରୀ ଏକାଧିକ ଥର ପରୀକ୍ଷା ଦେଉଥିଲେ । ଏକାଧିକ ଥର ଆବେଦନ କରିବା ଏବଂ ପରୀକ୍ଷା ଦେଉଥିବାରୁ ଅଧିକ ଖର୍ଚ୍ଚାନ୍ତ ମଧ୍ୟ ହେଉଥିଲେ । ପ୍ରବେଶିକା ପରୀକ୍ଷା ଫଳ ନେଇ ମଧ୍ୟ ବିଭିନ୍ନ ସମୟରେ ଅଭିଯୋଗ କରୁଥିଲେ ଛାତ୍ରୀଛାତ୍ରୀ । ଏହି ଅଭିଯୋଗ ଓ ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏକକ ପ୍ରବେଶିକା ପରୀକ୍ଷା କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଏକ ବିଶେଷଜ୍ଞ କମିଟି ଗଠନ କରାଯାଇଥିଲା । ବିଶେଷଜ୍ଞ କମିଟି ସୁପାରିସ ଆଧାରରେ ନେଟ ସ୍କୋର ଆଧାରରେ ନାମଲେଖା ପାଇଁ ୟୁଜିସି ନିଷ୍ପତ୍ତି ନେଇଛି । ଆସନ୍ତା ୨୦୨୪- ୨୫ ଶିକ୍ଷାବର୍ଷରୁ ଏହା ଲାଗୁ କରାଯିବ। ନେଟ ସ୍କୋର ଅନୁଯାୟୀ, ଜୁନିଅର ରିସର୍ଚ୍ଚ ଫେଲୋଶିପ ଓ ସହାୟକ ଅଧ୍ୟାପକ ଚୟନ କରାଯାଉଛି । ଏହି ନିଷ୍ପତ୍ତି ପରେ ଘଋଞ ଯୋଗ୍ୟତା ହାସଲ କରିଥିବା ଛାତ୍ରଛାତ୍ରୀ ତିନୋଟି ବର୍ଗ ପାଇଁ ମନୋନୀତ ହୋଇପାରିବେ । ଏକକାଳୀନ ଜୁନିଅର ରିସର୍ଚ୍ଚ ଫେଲୋଶିପ, ସହାୟକ ଅଧ୍ୟାପକ ଓ ପିଏଚ.ଡି ନାମଲେଖା ପାଇଁ ଯୋଗ୍ୟ ହୋଇପାରିବେ । ଏନେଇ ୟୁଜିସି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏହା ସହିତ ୟୁଜିସି ପକ୍ଷରୁ ସମସ୍ତ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ, ରାଜ୍ୟ ସରକାରୀ ବିଶ୍ଵବିଦ୍ୟାଳୟ, ଡିମଡ ବିଶ୍ଵବିଦ୍ୟାଳୟ ଏବଂ ଘରୋଇ ବିଶ୍ୱବିଦ୍ୟାଳୟକୁ ଚିଠି ଲେଖି ଅବଗତ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking