27.1 C
Bhubaneswar
Sunday, September 8, 2024
Homeଖେଳଉଦୟ ସହରନ୍ ୧୯ ବର୍ଷରୁ କମ୍ ଦଳର ଅଧିନାୟକ

ଉଦୟ ସହରନ୍ ୧୯ ବର୍ଷରୁ କମ୍ ଦଳର ଅଧିନାୟକ

ନୂଆଦିଲ୍ଲୀ: ୟୁଏଇରେ ଡିସେମ୍ବର ୮ରୁ ଖେଳାଯିବାକୁ ଥିବା ଏସିସି ପୁରୁଷ ୧୯ ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି । ଡିଫେଣ୍ଡିଂ ଚାମ୍ପିଅନ୍ ରହିଥିବା ଭାରତର ନେତୃତ୍ୱ ନେବେ ବ୍ୟାଟର ଉଦୟ ସାହାରନ । ପଞ୍ଜାବର ୧୯ ବର୍ଷୀୟ କ୍ରିକେଟର ସାହାରନ ଗତଥର ଚୟନ ରାଡାରରେ ରହିଥିଲେ ଏବଂ ଗତ ବର୍ଷ ଆଣ୍ଟିଗୁଆରେ ୧୯ ବର୍ଷରୁ କମ୍ ବିଶ୍ୱକପ୍ ସମୟରେ ଭାରତୀୟ ଦଳ କୋଭିଡ୍ ଦ୍ୱାରା ଆକ୍ରାନ୍ତ ହେବା ପରେ ତାଙ୍କୁ ବ୍ୟାକ୍‌ଅପ୍ ଖେଳାଳି ଭାବେ ମଧ୍ୟ ଦଳରେ ସାମିଲ କରାଯାଇଥିଲା ।

୧୫ ଜଣିଆ ଦଳରେ ସୌମ୍ୟ କୁମାର ପାଣ୍ଡେଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ୧୯ ବର୍ଷରୁ କମ୍ ଏସିଆ କପରେ ଭାରତ ସବୁଠାରୁ ସଫଳ ଦଳ ଭାବେ ୮ ଥର ଚାମ୍ପିଅନ୍ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ସହ ପାକିସ୍ତାନ, ଆଫଗାନିସ୍ତାନ ଓ ନେପାଳ ରହିଛନ୍ତି । ସେମାନେ ଆଇସିସି ଏକାଡେମି ଓଭାଲ-୧ରେ ଡିସେମ୍ବର ୮ରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚରୁ ଅଭିଯାନ ଆରମ୍ଭ କରିବେ । ଭାରତ ଡିସେମ୍ବର ୧୦ରେ ପାକିସ୍ତାନକୁ ସେହି ପଡ଼ିଆରେ ଭେଟିବ ଏବଂ ଶେଷ ଗ୍ରୁପ୍ ମ୍ୟାଚ ନେପାଳ ବିପକ୍ଷରେ ୧୨ରେ ଖେଳିବ । ୧୭ ତାରିଖରେ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking