19.1 C
Bhubaneswar
Friday, January 10, 2025
Homeଦେଶ ବିଦେଶଇସ୍ରାଏଲରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ

ଇସ୍ରାଏଲରେ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ସଚିବ ଆଣ୍ଟୋନୀ ବ୍ଲିଙ୍କେନ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କୁ ଭେଟିଛନ୍ତି । ଯୁଦ୍ଧ ସ୍ଥିତି ନେଇ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି । ପୂର୍ବରୁ ତେଲ୍ ଅଭିଭରେ ପହଞ୍ଚିବା ପରେ ବ୍ଲିଙ୍କେନଙ୍କୁ ସ୍ବାଗତ କରାଯାଇଥିଲା ।
ଇସ୍ରାଏଲ-ହମାସ ମଧ୍ୟରେ ଘମାଘୋଟ ଯୁଦ୍ଧ ଲାଗିଥିବା ବେଳେ ଆମେରିକା ଇସ୍ରାଏଲକୁ ସମର୍ଥନ ଜଣାଇଛି । ଏହି ସମୟରେ ବ୍ଲିଙ୍କେନଙ୍କ ଗସ୍ତ ବେଶ ଗୁରୁତ୍ବପୂର୍ଣ୍ଣ ବହନ କରୁଛି । ସେହିପରି ପାଲେଷ୍ଟାଇନ ରାଷ୍ଟ୍ରପତିଙ୍କୁ ମଧ୍ୟ ବ୍ଲିଙ୍କେନ ଭେଟି ପାରନ୍ତି ।
ବ୍ଲିଙ୍କେନଙ୍କ ଇସ୍ରାଏଲ୍ ଗସ୍ତ ପୂର୍ବରୁ ଗତକାଲି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଫୋନ୍ ଯୋଗେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଆଲୋଚନା କରିଥିଲେ । ସହାୟତା ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବାଇଡେନ୍ । ଇରାନକୁ ଚେତାବନୀ ଦେବା ସହ ଇସ୍ରାଏଲ ଉପକୂଳରେ ଯୁଦ୍ଧ ଜାହାଜ ଓ ଲଢୁଆ ଯୁଦ୍ଧ ବିମାନ ମୁତୟନ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking