29.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଦୁଇ ଟ୍ରକ ମୁହାଁମୁହିଁ ଧକ୍କା; ୩ ଜୀବନ୍ତ ଦଗ୍ଧ

ଦୁଇ ଟ୍ରକ ମୁହାଁମୁହିଁ ଧକ୍କା; ୩ ଜୀବନ୍ତ ଦଗ୍ଧ

ଜୟପୁର: ରାଜସ୍ଥାନରେ ଭୟଙ୍କର ସଡକ ଦୁର୍ଘଟଣା । ମୁହାଁମୁହିଁ ଧକ୍କା ହେବା ପରେ ଟ୍ରକରେ ଲାଗିଲା ନିଆଁ । ତିନିଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ସୂଚନା । ରାଜସ୍ଥାନର ପରମର ଜିଲ୍ଲାରେ ଏହି ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଦୁର୍ଘଟଣାରେ ଜଣେ ଗୁରୁତର ହୋଇଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସର ସୂଚନା ଅନୁଯାୟୀ,”ଗୋଟିଏ ଟ୍ରକ ବିକାନେରରୁ ମିଟି ଭର ସାନଚୋର ଅଭିମୁଖେ ଯାଉଥିଲା । ଏହି ସମୟରେ ଟାଇଲ୍ସ ଭର୍ତ୍ତି ଏକ ଟ୍ରକ ଆଲପୁରା ରାଜପଥରେ ଯାଉଥିଲା ।

ହଠାତ ଗୁଦାମାଲାନିରେ ଦୁଇ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଏହାପରେ ଦୁଇ ଟ୍ରକରେ ନିଆଁ ଲାଗିଯିବାରୁ ଘଟଣାସ୍ଥଳରେ ୩ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଜଣ ବ୍ୟକ୍ତି ନିଆଁ ଲାଗିଥିବା ଟ୍ରକରୁ ତଳକୁ ଡେଇଁ ପଡିଥିଲେ । ବର୍ତ୍ତମାନ ତାଙ୍କ ଅବସ୍ଥା ଗୁରୁତର ରହିଛି । ଦୁର୍ଘଟଣା ଘଟିବାରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଭିଡ ଜମାଇଥିଲେ । ଏନେଇ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି ।” ଏନେଇ ଡିଏସପି ଶୁଭକରନ କହିଛନ୍ତି ଯେ,” ରାଜପଥରେ ଦୁଇଟି ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା ।

ଏହାପରେ ଦୁଇଟି ଟ୍ରକରେ ନିଆଁ ଲାଗିଯାଇଥିଲା । ଫଳରେ ଟ୍ରକ ଭିତରେ ଥିବା ୩ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନାହିଁ । ”ଏନେଇ ଖବର ପାଇବାପରେ ଘଟଣାସ୍ଥଳରେ ସ୍ଥାନୀୟ ରାଜସ୍ୱ ବିଭାଗ ଓ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲେ । ଆହତ ଜଣଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲ ପଠାଯାଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ଏନେଇ ପୋଲିସ ତଦନ୍ତ ଜାରି ରଖିଛି । ତଦନ୍ତ ପରେ ମୃତକଙ୍କ ପରିଚୟ ମିଳିପାରିବ । ତେବେ ଦୁଇଟି ଟ୍ରକରେ କେତେ ଜଣ ଲୋକ ଥିଲେ ତାହା ମଧ୍ୟ ଅସ୍ପଷ୍ଟ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking