24.5 C
Bhubaneswar
Thursday, January 16, 2025
Homeଋଷିଆ-ୟୁକ୍ରେନ୍ ଯୁଦ୍ଧଦେଶ ଛାଡ଼ିଛନ୍ତି ଦୁଇ ତୃତୀୟାଂଶ ୟୁକ୍ରେନ୍ ଶିଶୁ

ଦେଶ ଛାଡ଼ିଛନ୍ତି ଦୁଇ ତୃତୀୟାଂଶ ୟୁକ୍ରେନ୍ ଶିଶୁ

ଜେନିଭା : ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ଦୁଇମାସ ଅତିକ୍ରାନ୍ତ କରିସାରିଛି । ଇତିମଧ୍ୟରେ ୟୁକ୍ରେନ୍‌ର ଦୁଇ ତୃତୀୟାଂଶ ଶିଶୁ ବେସାହାରା ଅବସ୍ଥାରେ ଦେଶ ଛାଡି ଅନ୍ୟତ୍ର ପଳାଇଛନ୍ତି ବୋଲି ଜାତିସଂଘ ପକ୍ଷରୁ କୁହାଯାଇଛି । ଫେବୃଆରୀ ୨୪ରୁ ଯୁଦ୍ଧ ଆରମ୍ଭ ହୋଇଥିବାବେଳେ ୟୁକ୍ରେନ୍‌ର ୫୪ ଲକ୍ଷ ଲୋକ ଶରଣାର୍ଥୀଭାବେ ପଡୋଶୀ ରାଷ୍ଟ୍ରଗୁଡିକୁ ଚାଲିଯାଇଛନ୍ତି । ଜାତିସଂଘ ଶରଣାର୍ଥୀ ଏଜେନ୍ସି ପକ୍ଷରୁ ଏହି ସୂଚନା ଦିଆଯାଇଛି । ଯଦି ଯୁଦ୍ଧ ପରିସ୍ଥିତି ଲାଗି ରହେ, ତେବେ ଚଳିତବର୍ଷ ଶେଷସୁଦ୍ଧା ୟୁକ୍ରେନ୍ ଶରଣାର୍ଥୀଙ୍କ ସଂଖ୍ୟା ୮୩ ଲକ୍ଷ ଛୁଇଁବ ବୋଲି ସଂଗଠନ ପକ୍ଷରୁ ଆଶଙ୍କା କରାଯାଇଛି ।

ଏଭଳି ଶରଣାର୍ଥୀଙ୍କ ମଧ୍ୟରୁ ୬୦ ପ୍ରତିଶତ ପୋଲାଣ୍ଡରେ ଆଶ୍ରୟ ନେଇଥିବା କୁହାଯାଇଛି । ଏମାନଙ୍କ ସଂଖ୍ୟା ୩୦ ଲକ୍ଷ ଛୁଇଁବାକୁ ଯାଉଛି। ଯୁଦ୍ଧ ପୂର୍ବରୁ ପୋଲାଣ୍ଡରେ ପ୍ରାୟ ୧୫ ଲକ୍ଷ ୟୁକ୍ରେନ୍‌ବାସୀ ବସବାସ କରୁଥିବାବେଳେ ଏମାନେ ମୁଖ୍ୟତଃ ଶ୍ରମିକ ଶ୍ରେଣୀର ବୋଲି ଜଣାପଡିଛି । ପୋଲାଣ୍ଡ ପଛକୁ ରୋମାନିଆରେ ୮ ଲକ୍ଷ ୟୁକ୍ରେନ୍ ଶରଣାର୍ଥୀ ପ୍ରବେଶ କରିଥିବାବେଳେ ହଙ୍ଗେରୀରେ ୫ ଲକ୍ଷ, ମୋଲଡୋଭାରେ ୪.୪ ଲକ୍ଷ, ସ୍ଲୋଭାକିଆରେ ୩.୬୪ ଲକ୍ଷ, ବେଲାରୁଷ୍‌ରେ ୨୫ ହଜାର ଶରଣାର୍ଥୀ ରହିଛନ୍ତି । ଇତିମଧ୍ୟରେ ଫେବୃଆରୀ ୨୮ରୁ ଏପ୍ରିଲ ୨୬ ମଧ୍ୟରେ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ୟୁକ୍ରେନ୍‌ବାସୀ ସ୍ୱଦେଶ ଫେରିଆସିଥିବା ରିପୋର୍ଟରୁ ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking