ଶ୍ରୀନଗର: ଜାମ୍ମୁରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ସଫା ହୋଇଥିବା ସୂଚନା ମିଳିଛି । କୁଲଗ୍ରାମରେ ସେନା-ଆତଙ୍କୀ ମୁହାଁ-ମୁହିଁ ହୋଇଥିଲେ । ତେବେ ୨ ଜଣ ଆତଙ୍କବାତୀ ସୁରକ୍ଷାକର୍ମୀଙ୍କ ଗୁଳିରେ ପ୍ରାଣ ହରାଇଥିବା ନେଇ ସୂଚନା ମିଳିଛି । ତେବେ ଆତଙ୍କୀଙ୍କ ପାଖରୁ ରକେଟ୍ ଲଞ୍ଚର ସହ ଅନେତ ମାରଣାସ୍ତ୍ର ଜବତ କରିଛି ସେନା । ଏହି ଗୁଳିରେ ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନେ ପାକିସ୍ତାନର ବୋଲି ସୂଚନା ରହିଛି । ତେବେ ଗୋଟିଏ ଦିନ ପରେ ସ୍ୱାଧୀନତା ଦିବସ ରହିଥିବାରୁ ସୀମାପାର କରି ଦେଶରେ ପ୍ରବେଶ କରିପାରନ୍ତି ଆତଙ୍କୀ ବୋଲି ପୂର୍ବରୁ ଗୁଇନ୍ଦା ସୂଚନା ରହିଥିଲା । ତେଣୁ ସୀମାରେ ସୁରକ୍ଷାବାହିନୀ ସଜାଗ ରହିଛନ୍ତି । ଆଉ ଯେଉଁ ସମୟରେ ଆତଙ୍କୀମାନେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଛନ୍ତି ସେମାନଙ୍କୁ କଡ଼ା ଜବାବ ଦେଉଛନ୍ତି ଭାରତୀୟ ସେନା । ଏହି ଏନକାଉଣ୍ଟରରେ ୨ ସାଧାରଣ ଲୋକ ଓ ଦୁଇ ଜଣ ସ୍ଥାନୀୟ ଲୋକ ଗୁରୁତର ଆହତ ମଧ୍ୟ ହୋଇଛନ୍ତି । ଯେଉଁ କୋଠାରେ ଆତଙ୍କବାଦୀ ଲୁଚି ରହିଛନ୍ତି, ସେଠାରେ ତଲାସି ଅଭିଯାନ ଜାରି ରହିଛି । ଏହାସହ ଶ୍ରୀନଗର-ଜମ୍ମୁ ହାଇୱେରେ ଯାତାୟାତ ରୋକା ଯାଇଛି । ସୂଚନା ଯୋଗ୍ୟ, ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲାରେ କାଜିଗୁଣ୍ଡରେ ଜମ୍ମୁ-ଶ୍ରୀନଗର ହାଇୱେରେ ଗୁରୁବାର ଅପରାହ୍ନ ପରେ ଆତଙ୍କବାଦୀମାନେ ବିଏସଏଫଙ୍କ ଗାଡି ଉପରେ ଆକ୍ରମଣ କରିଥିଲେ । ଆକ୍ରମଣ ପରେ ଆତଙ୍କବାଦୀମାନେ ଏକ ଦୋକାନ ମଧ୍ୟରେ ଲୁଚି ପୁଣି ଗୁଳିଚାଳନା କରିଥିଲେ । ଏଥିରେ ୨ଜଣ ଯବାନ ଓ ୨ ନାଗରିକଙ୍କ ଦେହରେ ଗୁଳି ବାଜିଛି । ତାଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏବେ ମଧ୍ୟ ତଲାସି ଅଭିଯାନ ଜାରି ରହିଛି ।