30.1 C
Bhubaneswar
Friday, May 3, 2024
Homeଓଡିଶାସୁସ୍ଥ ପରିବେଶ ଗଠନ ନିମନ୍ତେ ସାଧୁସନ୍ଥ ମାନଙ୍କଦ୍ବା ତ୍ରିଦିବସୀୟ ବୈତରଣୀ ପରିକ୍ରମା କାର୍ଯ୍ୟକ୍ରମ

ସୁସ୍ଥ ପରିବେଶ ଗଠନ ନିମନ୍ତେ ସାଧୁସନ୍ଥ ମାନଙ୍କଦ୍ବା ତ୍ରିଦିବସୀୟ ବୈତରଣୀ ପରିକ୍ରମା କାର୍ଯ୍ୟକ୍ରମ

ଯାଜପୁର : ଭାରତ ହେଉଛି ଋଷି ଏବଂ କୃଷିର ଦେଶ।ସୁସ୍ଥ ଖାଦ୍ୟ ସହ ସୁସ୍ଥ ମନ ଓ ସୁସ୍ଥ ସମାଜ ଗଠନ ନିମନ୍ତେ କୃଷି ପରମ୍ପରାର ବିକାଶ, କୃଷି ମାଧ୍ୟମରେ ଆର୍ଥିକ ବିକାଶ ଓ ସାମାଜିକ ବିକାଶ ଅପରିହାର୍ଯ୍ୟ।ବିଶେଷକରି ଆର୍ଯ୍ୟାବର୍ତ୍ତନ ସଭ୍ୟତାରେ ଆଧ୍ୟାତ୍ମବାଦର ବିକାଶ ନିମନ୍ତେ ନଦୀ କୁଳ ମାନଙ୍କରେ ଋଷି ଆଶ୍ରମ ଗଢି ଉଠିବାସହ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହେଉଥିଲା।ସମ୍ପ୍ରତି ଏ ସବୁର ଅବକ୍ଷୟ ଫଳରେ ମାନବ ସମାଜ ବିପର୍ଯ୍ୟସ୍ତ ହେବାରେ ଲାଗିଛି।ନଦୀ ମାତୃକା ଆଜି ପ୍ରଦୂଷିତ।ବାଲି ମାଫିଆ ,ଖଣି ଓ ପାଣି ମାଫିଆଙ୍କ କବଳରେ ନଦୀ ମାତୃକା କବଳିତ। ଏ ସବୁକୁ ଫେରେଇ ଆଣିବାପାଇଁ ସାରା ଭାରତ ବର୍ଷର ସାଧୁସନ୍ଥ ମାନଙ୍କ ଦ୍ୱାରା ଆରମ୍ଭ ହୋଇଛି ନଦୀ ବିମୁକ୍ତିକରଣ ଅଭିଯାନ।ଏହି ଅବସରରେ ଓଡ଼ିଶା ମାଟିରେ ତ୍ରି ଦିବସୀୟ ପୁଣ୍ୟତୋୟା ବୈତରଣୀ ପରିକ୍ରମା ନିମନ୍ତେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ଆଜ୍ଞା ମାଳ ପ୍ରାପ୍ତି ସହ ନଦୀ ମାତୃକାର ଉତ୍ପତ୍ତି ସ୍ଥଳ କେନ୍ଦୁଝର ଜିଲ୍ଲାର ଗୋନାସିକାଠାରୁ ବିଧିବଦ୍ଧ ଉପାସନାନ୍ତେ ଘଟ କଳସ ବାହାରି ଯାଜପୁର, କେନ୍ଦ୍ରାପଡ଼ା ଓ ଭଦ୍ରକ ଆଦି ଜିଲ୍ଲା ପରିଭ୍ରମଣସହ ବିଲୟସ୍ଥଳ ଭଦ୍ରକ ଚାନ୍ଦବାଲିସ୍ଥିତ ଧାମରାଠାରେ ବିସର୍ଜନ କରାଯାଇଥିଲା।ଘଟାଚାର୍ୟ ଭାବରେ ପଣ୍ଡିତ ଚିନ୍ମୟ ଦାଶ,ନଦୀ ବିମୁକ୍ତିକରଣ ନିମନ୍ତେ ସଚେତକ ଭାବରେ ନଦୀ ବିମୁକ୍ତିକରଣ ଯାତ୍ରାର ମୁଖ୍ୟ ପୁରୋଧା ତଥା ଅଖିଳ ଭାରତୀୟ ସନ୍ନ୍ୟାସୀ ସଂଗଠନର ପ୍ରତିଷ୍ଠାତା ଉପ ସଭାପତି ତଥା ବିଶିଷ୍ଟ ପରିବେଶବିତ ମଦୁରାଇର ତାମିଲନାଡୁର ସ୍ୱାମୀ ରାମାନନ୍ଦ ପୁରୀ ,ଓଡ଼ିଶା ନଦୀ ସୁରକ୍ଷା ଅଭିଯାନର ଅଧ୍ୟକ୍ଷ ସ୍ଵାମୀ ଉଦୟାନନ୍ଦ ପର୍ବତ ମହାରାଜ, ବରୁଣେଶ୍ୱର ନାମ ମନ୍ଦିରର ପ୍ରତିଷ୍ଠାତା ଅଧ୍ୟକ୍ଷ ଶ୍ରୀ ସଚ୍ଚିଦାନନ୍ଦ ଦାସ ମହାରାଜ, ସାହାପୁର ମାରୁତି ଆଶ୍ରମର ଅଧ୍ୟକ୍ଷ ଶ୍ରୀ ପର୍ଶୁରାମ ଦାସ ମହାରାଜ, ବାଲେଶ୍ବର ମିତ୍ରପୁର ଗୋଶାଳାର ପ୍ରତିଷ୍ଠାତା ଶ୍ରୀ ରାମଚନ୍ଦ୍ର ରମାନୁଜ ମହାରାଜ, ଓଡ଼ିଶା ସାଧୁସନ୍ଥ ସମାଜର ସମ୍ପାଦକ ମହନ୍ତ ତ୍ରିଲୋଚନ ଦାସ, ତାମିଲନାଡୁର ସ୍ୱାମୀ ଶିବାନନ୍ଦ ପୁରୀ ଓ ମେଘନାଦ ପୁରୀ, ନୀଳମଣି ମହାରାଜ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମର ସୂତ୍ରଧର ଭାବରେ କାର୍ଯ୍ୟ କରିଥିଲେ।

 

ଏହି ଅବସରରେ କେନ୍ଦୁଝର ଜିଲ୍ଲାର ଦେବକୁଣ୍ଡଠାରେ ବ୍ରହ୍ମେଶ୍ୱର ମହାଦେବଙ୍କ ଦର୍ଶନ ସହ ଶୁଆକାଟିସ୍ଥିତ ବଜରଙ୍ଗବାଲୀ ଆଶ୍ରମରେ ଆଚାର୍ଯ୍ୟ ସାଧୁସନ୍ଥ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

 

ଦ୍ୱିତୀୟ ପର୍ଯ୍ୟାୟରେ କେନ୍ଦୁଝର ରାଜନଅରଠାରେ ରାଜା ଧନଞ୍ଜୟ ଦେବ,ତଥା କେନ୍ଦୁଝର ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ବିରୋଧୀ ଦଳର ମୁଖ୍ୟ ସଚେତକ ଶ୍ରୀଯୁକ୍ତ ମାନସ ମାଝୀଙ୍କ ନେତୃତ୍ୱରେ ସନ୍ଥ ସମାବେଶ,ଆଲୋଚନା ଚକ୍ର, ପୂଜା ଓ ଅଭିଷେକ କାର୍ଯ୍ୟ କରାଯିବାସହ ସନ୍ଥ ସମାଜ ପକ୍ଷରୁ ରାଜାଙ୍କୁ ଉପଢୌକନ ପ୍ରଦାନ ଏବଂ ନିକଟସ୍ଥ ସ୍ଥାନୀୟ ଶୈବ ଘାଟରେ ଜଳାଭିଷେକ, ନଦୀ ନିରାଜନ ଓ ସନ୍ଥ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ କରାଯାଇଥିଲା।

 

ତୃତୀୟ ପର୍ଯ୍ୟାୟରେ ଯାଜପୁର ରୋଡ଼ସ୍ଥିତ ଦୁର୍ଗା ମଣ୍ଡପ ଠାରେ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ବୋଇତାଇ, ଯୋଗ ଗରୁ ବଟକୃଷ୍ଣ ପ୍ରଧାନ,ଦୁର୍ଗା ମନ୍ଦିର କମିଟିର ଉପଦେଷ୍ଟା ଆଡଭୋକେଟ ବିବେକାନନ୍ଦ ମହାନ୍ତି ,ସଭାପତି ନାରାୟଣ ଚନ୍ଦ୍ର ବଳ, ସମ୍ପାଦକ ନିରାକାର ସାହୁ ,ବିଶ୍ୱନାଥ ସାହୁ ,ଗଗନ କୁମାର ସିଂ, ଅକ୍ଷୟ କୁମାର ଦେଓ, ଗୌତମ ଧାରାଙ୍କ ସଞ୍ଚାଳନ ସନ୍ଥ ସମାବେଶ,ଆଲୋଚନା ଚକ୍ର ଓ ସମ୍ବର୍ଦ୍ଧନା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା।

 

ଚତୁର୍ଥ ପର୍ଯ୍ୟାୟରେ ମୂଳାପାଳସ୍ଥିତ ଲିଙ୍ଗେଶ୍ୱର କମିଟିର ସଭାପତି ଦୈତାରି ଧଳ, ଶ୍ରୀମତୀ ନିର୍ମଳା ରାଉତ , କୁସୁମ ସାହୁ,ସରିତା ଶର୍ମା ,ମନ୍ଦିର ପୂଜକ ଅବିନାଶ ପଣ୍ଡା, ସନ୍ତୋଷ ପଣ୍ଡାଙ୍କ ସଞ୍ଚାଳନରେ ସ୍ୱାଗତ ସମର୍ଦ୍ଧନା ଅନୁଷ୍ଠିତ ହୋଇଥିଲା।ଏହି ଅବସରରେ ଲିଙ୍ଗେଶ୍ୱର ଘାଟ ସଫେଇସହ ନଦୀ ଆରାଧନା, ନିରାଜନ ଓ ଜଳାଭିଷେକ କରାଯିବାସହ ନଦୀ ଘାଟକୁ ସ୍ଵଛ ରଖିବାପାଇଁ କାଉଡ଼ିଆ ଯାତ୍ରୀ ଓ ଲିଙ୍ଗେଶ୍ୱର କମିଟିର କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦିଆଯାଇଥିଲା ।

 

ପଞ୍ଚମ ଓ ଷଷ୍ଠ ପର୍ଯ୍ୟାୟରେ ଦଶାଶ୍ୱ ମେଧ ଘାଟ ଓ ସିଦ୍ଧେଶ୍ୱର ଘାଟରେ ବରୁଣାଭିଷେକ ସହ ନଦୀ ନିରାଜନ କରାଯାଇଥିଲା।

 

ସପ୍ତମ ଓ ଅଷ୍ଟମ ପର୍ଯ୍ୟାୟରେ କେନ୍ଦ୍ରାପଡ଼ା ଜିଲ୍ଲାର ଓଲାଭର ଓ ଭଦ୍ରକ ଜିଲ୍ଲାର ଚାନ୍ଦବାଲିସ୍ଥିତ କାଳୀ ମନ୍ଦିର ନିକଟରେ ସନ୍ଥ ସମାବେଶ, ସନ୍ଥ ପୂଜନ କାର୍ଯ୍ୟକ୍ରମସହ ଧାମରାସ୍ଥିତ ବୈତରଣୀ ସଙ୍ଗମ ସ୍ଥଳରେ ଆଚାର୍ଯ୍ୟ ପଣ୍ଡିତ ଓ ସାଧୁସନ୍ଥ ମାନଙ୍କ ଦ୍ୱାରା ବୃହତ ଜଳ ମାତୃକା ଅଭିଷେକ,ନିରାଜନ ଓ ନଦୀ ମାତୃକାର ସୁରକ୍ଷା ନିମନ୍ତେ ଶପଥ ଗ୍ରହଣ ସହ ତ୍ରିବେଣୀ ମଧ୍ୟ ସଙ୍ଗମ ସ୍ଥଳରେ ଘଟ ବିସର୍ଜନ କରାଯାଇଥିଲା।

 

ଅନ୍ତିମ ପର୍ଯ୍ୟାୟରେ ଚାନ୍ଦବାଲିଛକ ସ୍ଥିତ ଏକ ସଭା ଗୃହରେ ନଦୀ ସୁରକ୍ଷା ନିମନ୍ତେ ଆଲୋଚନା ଚକ୍ର,ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ଉତ୍ସବ ସହ ସଭା ସାଙ୍ଗ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking