31.1 C
Bhubaneswar
Tuesday, April 23, 2024
Homeଓଡିଶାଜାତୀୟ ପତାକାକୁ ଅସମ୍ମାନ କଲେ ବରଗଡ଼ ଜିଲ୍ଲାପାଳ !

ଜାତୀୟ ପତାକାକୁ ଅସମ୍ମାନ କଲେ ବରଗଡ଼ ଜିଲ୍ଲାପାଳ !

ବରଗଡ଼ – ଜାତୀୟ ପତାକାକୁ ଅସମ୍ମାନ କଲେ ବରଗଡ଼ ଜିଲ୍ଲାପାଳ । ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ କରିବା ପାଇଁ ଜିଲ୍ଲା ପ୍ରଶାଶାନ ତରଫରୁ ନିମନ୍ତ୍ରଣ ପତ୍ର ବଣ୍ଟାଯାଇଛି ଯେଉଁଥିରେ ଜାତୀୟ ପତାକାକୁ ଭୁଲ ଭାବରେ ପ୍ରିଣ୍ଟ କରାଯାଇଥିବାରୁ ବୁଦ୍ଧିଜୀବୀ ମହଲ ରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଜାତୀୟ ପତାକାର ନାରଙ୍ଗୀ ଓ ସବୁଜ ରଙ୍ଗ ମଝିରେ ଅଶୋକ ଚକ୍ରକୁ ସ୍ଥାନିତ କରାଯାଇଛି । ଅଶୋକ ଚକ୍ର ତ୍ରିରଙ୍ଗାର ଠିକ ମଝିରେ ରହିବ କଥା କିନ୍ତୁ ତାକୁ ଭୁଲଭାବରେ ଅଙ୍କିତ କରାଯାଇ ଜାତୀୟ ପତାକାକୁ ଅସମ୍ମାନ ଜଣାଇଛନ୍ତି ଜିଲ୍ଲାପାଳ ମୋନିଶା ବେନର୍ଜି ବୋଲି ବୁଦ୍ଧିଜୀବୀ ମାନେ ମତ ରଖିଛନ୍ତି । ଜଣେ ଉଚ୍ଚସ୍ତରୀୟ ପ୍ରଶାସନିକ ଅଧିକାରୀ ବିନା ତର୍ଜମା କରି କିପରି ଏହି ଭଳି ନିମନ୍ତ୍ରଣ ପତ୍ର କୁ ଛାପିଲେ ଓ ସମଗ୍ର ଜିଲ୍ଲାରେ ବାଂଟିଦେଲେ ତାହାକୁ ନେଇ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି । ଜିଲ୍ଲାପାଳଙ୍କ ଖାମଖିଆଲି ନୀତି ଯୋଗୁଁ ଆଜି ଜାତୀୟ ପତାକାର ସମ୍ମାନ ହାନି ହୋଇଛି ଓ ଜିଲ୍ଲାପାଳ ଏହାକୁ ତୁରନ୍ତ ସୁଧାରିବା ସହ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking