37.1 C
Bhubaneswar
Wednesday, May 29, 2024
Homeଓଡିଶାଓଡ଼ିଶାରେ ଦୁଇ ଦିନ କୁହୁଡ଼ି

ଓଡ଼ିଶାରେ ଦୁଇ ଦିନ କୁହୁଡ଼ି

ଭୁବନେଶ୍ବର : ଆସନ୍ତା ଦୁଇ ଦିନ ଯାଏ ଓଡ଼ିଶାର ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର କୁହୁଡ଼ି ପଡ଼ିବ। ଅନୁଗୁଳ, ଢେଙ୍କାନାଳ, କଟକ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, ଜଗତ୍‌ସିଂହପୁର, ଖୋର୍ଧା, ବୌଦ୍ଧ, ସୋନପୁର, କନ୍ଧମାଳ, କଳାହାଣ୍ଡି ଓ ଗଞ୍ଜାମ ଜିଲ୍ଲାର ଅଧିକାଂଶ ସ୍ଥାନରେ କୁହୁଡ଼ିର ପ୍ରଭାବ ଅଧିକ ରହିବ। ସ୍ଥାନେ ସ୍ଥାନେ ଅଧିକ କୁହୁଡ଼ି ହେବାକୁ ଥିବାରୁ ରାସ୍ତା ଠିକ୍‌ ଭାବେ ଦୃଶ୍ୟମାନ ହେବ ନାହିଁ। ଏହି ସମୟ ମଧ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ଫରକ ଦେଖିବାକୁ ମିଳିବନି। ମାତ୍ର ପରବର୍ତ୍ତୀ ସମୟରେ ଓଡ଼ିଶାର କିଛି ସ୍ଥାନରେ ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ଆର ବିଶ୍ବାସ କହିଛନ୍ତି। ଏତଦ୍‌ବ୍ୟତୀତ ହିଲ୍‌ ଷ୍ଟେସନ ଭାବେ ଜି. ଉଦୟଗିରିରେ ରାଜ୍ୟର ସର୍ବନିମ୍ନ ପାରଦ ୫ଡିଗ୍ରି ରେକର୍ଡ କରାଯାଇଛି। ଫୁଲବାଣୀରେ ୭ ଡିଗ୍ରି, କିରେଇରେ ୭.୫, ସେମିଳିଗୁଡ଼ାରେ ୫.୫ ଡିଗ୍ରି, କୋରାପୁଟରେ ୯, ଦାରିଙ୍ଗବାଡ଼ିରେ ୯.୫, ଭବାନୀପାଟଣାରେ ୯.୮ ଡିଗ୍ରି ରେକର୍ଡ ହୋଇଛି। ଅଧିକାଂଶ ସ୍ଥାନରେ ପାରଦ ୧୫ ଡିଗ୍ରି ତଳେ ରହିଛି। କଟକ ସମେତ ଉତ୍ତର ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଘନ କୁହୁଡ଼ି ହୋଇଥିବା ବେଳେ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ହାଲୁକା କୁହୁଡ଼ି ପଡ଼ିଥିଲା। ଭୁବନେଶ୍ବରର ସର୍ବନିମ୍ନ ତାପମାତ୍ରା ୧୪ ଡିଗ୍ରି ଥିଲା ବୋଲି ପାଣିପାଗ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking