ଭୁବନେଶ୍ୱର: ଗିରଫ ୨ ଜଣଙ୍କ ବିରୋଧରେ ସଙ୍ଗୀନ ଦଫା । ୧୦୮ ବିଏନଏସ- ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା । ୬୧(୨) ବିଏନଏସ- ଅପରାଧିକ ଷଡଯନ୍ତ୍ର କରିବା ।ଗିରଫ ଦୁଇ ଛାତ୍ର ହେଲେ ଶୁଭ୍ର ସମ୍ବିତ ନାୟକ ଓ ଜ୍ୟୋତିପ୍ରକାଶ ବିଶ୍ୱାଳ। ଜ୍ୟୋତିପ୍ରକାଶ ଛାତ୍ରୀଙ୍କୁ ଉଦ୍ଧାର କରିବାକୁ ଯାଇ ନିଜେ ଆହତ ହୋଇଥିଲେ। ଗିରଫ ପରେ ଉଭୟଙ୍କୁ କୋର୍ଟ ଚାଲାଣ କରିଛି କ୍ରାଇମବ୍ରାଞ୍ଚ ।
ବାଲେଶ୍ୱର ଫକୀର ମୋହନ କଲେଜ ଛାତ୍ରୀ ଆତ୍ମହତ୍ୟା ଘଟଣା । ୨୦ ଦିନ ପରେ ଆକ୍ସନରେ କ୍ରାଇମବ୍ରାଞ୍ଚ । ଦୁଇ ଜଣ ଛାତ୍ରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଛାତ୍ରୀ ମୃତ୍ୟୁ ଘଟଣା ଷଡ଼ଯନ୍ତ୍ର ଅଭିଯୋଗରେ ଗିରଫ ହୋଇଛନ୍ତି ଦୁଇ ଛାତ୍ର । ଛାତ୍ରୀ ଜଣଙ୍କ ନିଜ ସମସ୍ୟା ନେଇ ଲଢେଇ କରୁଥିବା ବେଳେ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇ ଥିଲେ କିଛି ଛାତ୍ର। ନିକଟରେ ମୋବାଇଲ ଭିଡ଼ିଓ କରିବା ସହିତ ଆତ୍ମହତ୍ୟା ଉଦ୍ୟମ ପାଇଁ କରିଥିଲେ ସହଯୋଗ।









