24.1 C
Bhubaneswar
Tuesday, February 18, 2025
Homeଦେଶ ବିଦେଶପୁଲ୍‌ୱାମାରେ ଗୁଳି ବିନିମୟ ୨ ଅଲ୍‌-ବଦର୍ ଆତଙ୍କବାଦୀ ସଫା

ପୁଲ୍‌ୱାମାରେ ଗୁଳି ବିନିମୟ ୨ ଅଲ୍‌-ବଦର୍ ଆତଙ୍କବାଦୀ ସଫା

ଶ୍ରୀନଗର: ଗତରାତିରେ କଶ୍ମୀରର ଦକ୍ଷିଣ ପ୍ରାନ୍ତର ପୁଲ୍‌ୱାମା ଜିଲ୍ଲା ଅନ୍ତର୍ଗତ ମିତ୍ରିଗାମ୍‌ ଗ୍ରାମରେ ଆତଙ୍କବାଦୀ ନିରୋଧୀ ଅଭିଯାନ ବେଳେ ଗୁଳି ବିନିମୟ ଘଟି ‘ଅଲ୍‌-ବଦର୍‌’ ସଙ୍ଗଠନର ୨ଜଣ ସ୍ଥାନୀୟ ଆତଙ୍କବାଦୀ ନିହତ ହୋଇଥିବା କଥା ଆଜି ପୁଲିସ ଅଧିକାରୀମାନେ କହିଛନ୍ତି। କଶ୍ମୀର ଜୋନ୍‌ ପୋଲିସ୍‌ ଇନ୍‌ପେକ୍ଟର୍‌ ଜେନେରାଲ୍‌ ବିଜୟ କୁମାର ଗଣମାଧ୍ୟମକୁ କହିଛନ୍ତି ଯେ, ନିହତ ହୋଇଥିବା ଦୁଇଜଣ ଆତଙ୍କବାଦୀ ଥିଲେ ସ୍ଥାନୀୟ ଅଧିବାସୀ। ଜଣକର ନାଁ ଐଜାଜ୍‌ ହଫିଜ୍‌ ଏବଂ ଅନ୍ୟ ଜଣଙ୍କ ନାଁ ଶାହିଦ୍‌ ଆୟୁବ୍‌। ଘଟଣାସ୍ଥଳରୁ ୨ଟି ଏ.କେ. ୪୭ ରାଇଫଲ୍‌ ମଧ୍ୟ ଉଦ୍ଧାର କରାଯାଇଛି।

କୁମାର ଆହୁରି ମଧ୍ୟ କହିଛନ୍ତି, ନିହତ ହୋଇଥିବା ଦୁଇଜଣ ଆତଙ୍କବାଦୀ ‘ଅଲ୍‌-ବଦର୍‌’ ସଙ୍ଗଠନର। ସେମାନେ ୨୦୨୨ ମାର୍ଚ-ଏପ୍ରିଲ୍‌ ମାସରେ ପୁଲ୍‌ୱାମାକୁ ଆସିଥିବା ବାହାର ପ୍ରଦେଶର ଶ୍ରମଜୀବୀମାନଙ୍କ ଉପରେ ଅନେକ ଥର ଆକ୍ରମଣ କରିଥିଲେ। ଉକ୍ତ ଗାଁରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ସଂକ୍ରାନ୍ତରେ ଜମ୍ମୁ ଓ କଶ୍ମୀର ପୁଲିସଠାରୁ ସୁନିର୍ଦ୍ଦିଷ୍ଟ ସୂଚନା ମିଳିବା ପରେ ଗତ ସନ୍ଧ୍ୟାରେ ଅଭିଯାନ ଆରମ୍ଭ ହୋଇଥିଲା। ପୁଲିସ, ‘ସିଆର୍‌ପିଏଫ୍‌’ ଏବଂ ସେନା ସେ ଅଞ୍ଚଳରେ ‘କର୍ଡନ୍‌-ଆଣ୍ଡ୍‌-ସର୍ଚ’ ଅଭିଯାନ ଆରମ୍ଭ କରିଥିଲେ। ପୂର୍ବରୁ ଜଣେ ପୁଲିସ ଅଧିକାରୀ କହିଥିଲେ, ସନ୍ଦିଗ୍ଧ ସ୍ଥାନକୁ ମିଳିତ ବଳ କର୍ଡନ୍‌ କରିବା ପରେ ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ଗୁଳି ଚଳାଇବା ଯୋଗୁଁ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲେ।ଘଟଣାସ୍ଥଳରୁ ସାଧାରଣ ନାଗରିକମାନଙ୍କୁ ସ୍ଥାନାନ୍ତରଣ କରିବା ଲାଗି କିଛି ସମୟ ପାଇଁ ଅଭିଯାନ ସ୍ଥଗିତ ରଖାଯାଇଥିବା କଥା ସରକାରୀ ଅଧିକାରୀମାନେ କହିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking