27.8 C
Bhubaneswar
Sunday, May 18, 2025
Homeଦେଶ ବିଦେଶଟ୍ଵିଟର କହିଲା ‘ବନ୍ଦ ହୋଇଯିବ ଆମ ଧନ୍ଦା’, କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଉଥିବା ବ୍ଲକିଂ ନିର୍ଦ୍ଦେଶ...

ଟ୍ଵିଟର କହିଲା ‘ବନ୍ଦ ହୋଇଯିବ ଆମ ଧନ୍ଦା’, କେନ୍ଦ୍ର ସରକାରଙ୍କ ପକ୍ଷରୁ କରାଯାଉଥିବା ବ୍ଲକିଂ ନିର୍ଦ୍ଦେଶ ଯୋଗୁ ଚିନ୍ତାରେ କମ୍ପାନୀ

ନୂଆଦିଲ୍ଲୀ : ଦୁନିଆର ସବୁଠୁ ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ଵିଟର ଏବେ କେନ୍ଦ୍ର ସରକାରଙ୍କ ଦ୍ୱାରା ଦିଆଯାଇଥିବା ବ୍ଲକିଂ ନିର୍ଦ୍ଦେଶ ଯୋଗୁ ଟେନ୍ସନ୍‌ରେ। ତାଙ୍କ ସମସ୍ୟା ଏତେ ବଢ଼ିଯାଇଛି ଯେ ଏବେ ସେମାନେ କହିଛନ୍ତି ଯେ ତାଙ୍କ ଧନ୍ଦା ବନ୍ଦ ହୋଇଯିବ।

ରିପୋର୍ଟ ମୁତାବକ, ମଙ୍ଗଳବାର କର୍ଣ୍ଣାଟକ ହାଇକୋର୍ଟରେ ଟ୍ଵିଟରର ଓକିଲ କହିଥିଲେ ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଉଥିଲା ବ୍ଲକିଂ ନିର୍ଦ୍ଦେଶ ଯୋଗୁ ତାଙ୍କ ପୂରା ଧନ୍ଦା ବନ୍ଦ ହୋଇଯିବ। କେନ୍ଦ୍ର ସରକାରଙ୍କ ଆଦେଶ ବିରୋଧରେ ନିଜ ପିଟିସନ୍‌ର ଶୁଣାଣିରେ ଟ୍ଵିଟରର ଓକିଲ କହିଥିଲେ ଯେ ସରକାର ଆମକୁ ଏବେ ଯାଏଁ କହୁନାହାନ୍ତି ଯେ ସେ କାହିଁକି କିଛି ଟ୍ଵିଟର ଆକାଉଣ୍ଟକୁ ବନ୍ଦ କରିବାକୁ ଚାହୁଁଛନ୍ତି। କାରଣ ଆଇଟି ଆକ୍ଟ ୨୦୦୯ ଅନୁସାରେ, ଏହାର କାରଣ କହିବା ଜରୁରୀ।

ଏହି ପିଟିସନ୍‌ ଉପରେ କେନ୍ଦ୍ର ସରକାର ହାଇକୋର୍ଟଙ୍କୁ ଅନୁରୋଧ କରିଛନ୍ତି ଯେ କୋର୍ଟର ଶୁଣାଣି ବନ୍ଦ କୋଠରୀରେ ହେଉ ଓ ଶୁଣାଣି ବେଳେ କେବଳ ମାମଲା ସହ ଜଡ଼ିତ ଲୋକଙ୍କୁ ହିଁ ଆସିବାକୁ ଅନୁମତି ଦିଆଯାଉ। କୌଣସି ବାହାର ଲୋକଙ୍କୁ ଏଠାକୁ ଆସିବାକୁ ଅନୁମତି ନ ଦେବାକୁ କେନ୍ଦ୍ର ସରକାର ଅନୁରୋଧ କରିଛନ୍ତି। ମାତ୍ର ହାଇକୋର୍ଟ ପକ୍ଷରୁ ଟ୍ଵିଟରକୁ କୁହାଯାଇଛି ଯେ ସେ ସରକାରଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ନିର୍ଦ୍ଦେଶର ପୂରା ତାଲିକାକୁ ଏକ ସିଲ୍‌ ବନ୍ଦ ଲଫାପାରେ କୋର୍ଟରେ ଡିପୋଜିଟ୍‌ କରନ୍ତୁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking