ନୂଆଦିଲ୍ଲୀ: ଟ୍ୱିଟର ପୁଣି ଥରେ ଏହାର ‘ବ୍ଲୁ ଟିକ୍’ ସବସ୍କ୍ରିପସନ୍ ସେବା ଆରମ୍ଭ କରିବାକୁ ଯାଉଛି । ଏହାଫଳରେ ସୋମବାରଠାରୁ ଟ୍ୱିଟର ୟୁଜରଙ୍କୁ ଏହାର ବ୍ଳୁ ସବସ୍କ୍ରିପ୍ସନ କିଣିବାକୁ ପଡ଼ିବ । ଏହା କରିବା ପରେ ୟୁଜରଙ୍କୁ ବ୍ଳୁ ଟିକ୍ ମିଳିବ ଏବଂ ସେମାନେ କମ୍ପାନୀ ଆରମ୍ଭ କରିଥିବା ସ୍ୱତନ୍ତ୍ର ଫିଚର୍ସର ଲାଭ ଉଠାଇପାରିବେ । ଗତ ମାସରେ କମ୍ପାନୀ ଏହି ପ୍ରୟାସ ଆରମ୍ଭ କରି ସେଥିରେ ବିଫଳ ହୋଇଥିଲା । ପ୍ରକୃତରେ ପୂର୍ବରୁ ଟିଟରର ଏହି ବ୍ଲୁ ଟିକ୍ ମାର୍କକୁ କମ୍ପାନୀ, ସେଲିବ୍ରିଟି, ସରକାରୀ ସଂସ୍ଥା ଏବଂ ସାମ୍ବାଦିକମାନଙ୍କୁ ଦିଆଯାଉଥିଲା । କମ୍ପାନୀ ୱେବ୍ ୟୁଜର୍ସଙ୍କଠାରୁ ଏଥିପାଇଁ ମାସିକ ୮ ଡଲାର ଏବଂ ଆଇଫୋନ୍ ୟୁଜର୍ସଙ୍କଠାରୁ ମାସିକ ୧୧ ଡଲାର ନେବ । ଟ୍ୱିଟର କହିଛି ଏହି ଫିଚର ଦ୍ୱାରା ୟୁଜରଙ୍କୁ କମ୍ ବିଜ୍ଞାପନ ଦେଖିବାକୁ ମିଳିବ, ଏହାସହ ୟୁଜର ଅଧିକ ସମୟର ଭିଡିଓ ସେୟାର କରିପାରିବେ ଏବଂ ସେମାନଙ୍କର ଟୁଇଟ୍?ଗୁଡିକ ଅଧିକ ଗୁରୁତ୍ୱର ସହ ଦେଖାଯିବ ।