29.1 C
Bhubaneswar
Thursday, May 2, 2024
Homeଦେଶ ବିଦେଶତୁର୍କମେନିସ୍ତାନ ରାଷ୍ଟ୍ରପତି କୁକୁରଙ୍କ ନାମରେ କଲେ ଛୁଟି ଘୋଷଣା

ତୁର୍କମେନିସ୍ତାନ ରାଷ୍ଟ୍ରପତି କୁକୁରଙ୍କ ନାମରେ କଲେ ଛୁଟି ଘୋଷଣା

ନୂଆଦିଲ୍ଲୀ: ମଧ୍ୟ ଏସିୟ ଦେଶ ତୁର୍କମେନିସ୍ତାନ ରାଷ୍ଟ୍ରପତି ଗୁରବାଙ୍ଗୁଲୀ ବର୍ଡିମୁହାଁମେଡୋ ସ୍ଥାନୀୟ କୁକୁରଙ୍କ ସମ୍ମାନ ଉଦ୍ଦେଶ୍ୟରେ ନ୍ୟାସନାଲ ହଲିଡେ ଘୋଷଣା କରିଛନ୍ତି । ପ୍ରତିବର୍ଷ ଏପ୍ରିଲ ମାସର ଶେଷ ରବିବାର ଏହି ଛୁଟି ହେବ । ଅଲବଇ ନସଲ୍ସର ଏହି କୁକୁର ତୁର୍କମେନିସ୍ତାନ ପାଇଁ କୌଣସି ରାଷ୍ଟ୍ରୀୟ ହିରୋ ଠାରୁ କମ୍ ନୁହେଁ ଏବଂ ଏହାର ସ୍ୱର୍ଣ୍ଣଜନିତ ମୂର୍ତ୍ତି ତୁର୍କମେନିସ୍ତାନ ରାଜଧାନୀର ସ୍ୱତନ୍ତ୍ର ସ୍ଥାନରେ ଲଗାଯାଇଛି । ସରକାରଙ୍କ କହିବାନୁସାରେ, ପ୍ରାୟ ୫୦ ଫସ୍ୱଙ୍କ ଉଚ୍ଚର ଏହି ମୂର୍ତ୍ତୀ ପିତ୍ତଳରେ ନିର୍ମାଣ କରାଯାଇଛି । ତା ଉପରେ ୨୪ କ୍ୟାରେଟ ସୁନା ଆସ୍ତରଣ ଦିଆଯାଇଛି । ୨୦୦୭ ମସିହାରେ କାବିଜ କୁରବାଙ୍ଗୁଲୀ ବେର୍ଦ୍ୟମୁଖାମିଡୋଭ ଗତବର୍ଷ ୧୧ ନଭେମ୍ବରରେ ଅଲବଇ ପ୍ରଜାତିର ଏହି କୁକୁରର ବିଶାଳ ମୂର୍ତ୍ତି ଅନାବରଣ କରିଥିଲେ । ଯଦି କହିବା, ତେବେ ଅଲବଇ ପ୍ରଜାତିକୁ ସେଠିକାର ଲୋକେ ପସନ୍ଦ କରିଥାନ୍ତି । ଏହି ପ୍ରଜାତିର କୁକୁର ସେହିଠାରେ ଜନ୍ମଗ୍ରହଣ କରିଥାନ୍ତି । ସେଥିପାଇଁ ସେମାନଙ୍କୁ ତୁର୍କମେନିସ୍ତାନର ରାଷ୍ଟ୍ରୀୟ ପରିଚୟ ସହିତ ବି ତୁଳନା କରାଯାଏ । ଏମାନେ ବହୁତ ବିଶ୍ୱସ୍ତ ହୋଇଥାନ୍ତି । ଏହି କାରଣରୁ ସେମାନଙ୍କୁ ସେଠିକାର ସମାଜରେ ଗୁରୁତ୍ୱପୂର୍ଣ୍ଣ ବୋଲି ଧରାଯାଏ । ରଷ୍ଟ୍ରପତି ଗୁରବାଙ୍ଗୁଲୀ କୁକୁରଙ୍କ ଏହି ପ୍ରଜାତିକୁ ସମର୍ପିତ କରି ଅନେକ କବିତା ଓ ପୁସ୍ତକ ମଧ୍ୟ ଲେଖିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking