29.4 C
Bhubaneswar
Thursday, April 18, 2024
Homeଓଡିଶାଗଞ୍ଜାମ ରେ କଂଗ୍ରେସର ବିକାଶ ଚାହୁନି ବିଜେଡି : ବାହିନୀପତି

ଗଞ୍ଜାମ ରେ କଂଗ୍ରେସର ବିକାଶ ଚାହୁନି ବିଜେଡି : ବାହିନୀପତି

ଗଞ୍ଜାମ : କୋଭିଡ଼ ଗାଇଡ଼ ଲାଇନ୍ କୁ ମାନି ଆସନ୍ତା କାଲି ଅନୁଷ୍ଠିତ ହେବ ଗଞ୍ଜାମ ଜିଲ୍ଲା କମିଟି କଂଗ୍ରେସ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ସହୀଦ ଦିବସ । ଏହି ଦିବସ ପାଳିବା ସହ ଖଲ୍ଲିକୋଟ କଲେଜ ପଡ଼ିଆ ଠାରେ ଏକ ବୈଠକ ଅନୁଷ୍ଠିତ ହେବ। କିନ୍ତୁ ଏହି ବୈଠକରେ କେବଳ ୧୫୦୦ ଲୋକଙ୍କୁ ଅନୁମତି ଥିବା ବେଳେ କୋଭିଡ଼ ଟେଷ୍ଟ କରିବାକୁ କୁହାଯାଇଛି । ତେବେ କଳାହାଣ୍ଡି ରେ ୫୦ ହଜାର ରୁ ଉର୍ଦ୍ଧ୍ବ ଏବଂ ବ୍ରହ୍ମପୁର ରାମଲିଙ୍ଗେଶ୍ୱ ପାର୍କ ରେ ୨୦ ଓ ୩୦ ରୁ ହଜାର ଲୋକେ ଉପସ୍ଥିତ ଥିଲେ । ସେଠାରେ କେତେ ଲୋକ ର କୋଭିଡ଼ ଟେଷ୍ଟ ହୋଇଥିଲା ବୋଲି ତାରାପ୍ରସାଦ ବାହିନୀ ପ୍ରଶ୍ନ କରିଥିଲେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହେଲା କି ରାଜ୍ୟ ସରକାର ଚାହୁଁନାହାନ୍ତି  ଗଞ୍ଜାମ ଜିଲ୍ଲାରେ କଂଗ୍ରେସ ଦଳ ସୃଦଡ଼  ହେଉ । । ଏହା ରାଜ୍ୟ ସରକାରଙ୍କ ନୀତି ବୋଲି ସେ କହିଛନ୍ତି । ଆସନ୍ତା କାଲି ବି କଂଗ୍ରେସ କୁ ଅପଦସ୍ତ କରିବେ ବୋଲି ସୂଚନା । କଟକ ବରମୁଣ୍ଡା ବସ୍ ଷ୍ଟାଣ୍ଡ ରେ କେତେ ଲୋକେ ଥିଲେ ବୋଲି ସେ ପ୍ରଶ୍ନ ମଧ୍ୟ କରିଥିଲେ ।

 ବିଜେପି , ବିଜେଡ଼ି ଉପରେ ବର୍ଷିଲେ କଂଗ୍ରେସ ନେତା ତାରାପ୍ରସାଦ ବାହିନୀ । ଏହି ଦୁହିଁ କୌଣସି ବୈଠକ କଲେ କୋବିଡ଼ ଟେଷ୍ଟ ଦରକାର ନାହିଁ ,କିନ୍ତୁ କଂଗ୍ରେସ କଲେ  କଣ ପାଇଁ ଏହି କୋବିଡ଼ ଟେଷ୍ଟ କରାଯାଉଛି ବୋଲି କହିଥିଲେ । କିନ୍ତୁ ରାଜ୍ୟ ସରକାର ଙ୍କ ଏହି କୋବିଡ଼ ଗାଇଡ଼ ଲାଇନ୍ କୁ ମାନି ଆମେ ବୈଠକ କରିବୁ, କିନ୍ତୁ ରାସ୍ତାରେ ଆସିଲା ବେଳେ କିମ୍ବା ଆସନ୍ତା କାଲି ର ବୈଠକରେ ରେ ଯଦି କିଛି ଅସୁବିଧା ହୁଏ ତେବେ ସରକାର ଦାଇ ରହିବେ ବୋଲି ସେ କହିଲେ । ବୈଠକ ପାଇଁ ରାଜ୍ୟ ସରକାର ଚାହୁଁନାହାନ୍ତି ବୋଲି ଶ୍ରୀ ବାହିନୀପତି  କହିଥିଲେ । ଆମର ଏହି ବୈଠକ ପାଇଁ ଆମେ ପୂର୍ବରୁ କମିଶନର ଏବଂ ଜିଲାପାଳଙ୍କୁ ଅବଗତ କରାଇଥିଲୁ, କିନ୍ତୁ ହଟାତ୍ କୋବିଡ଼ ଗାଇଡ଼ ଲାଇନ୍ ଲାଗୁ କରିଦେଲେ । ବିଚାର ଗଣ ମାଧ୍ୟମ ର ବୋଲି ସେ ମତ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking