26.1 C
Bhubaneswar
Wednesday, October 9, 2024
Homeଦେଶ ବିଦେଶଖ୍ରୀଷ୍ଟିଆନ କମ୍ୟୁନିଟି ଭୋଟରଙ୍କୁ ଟ୍ରମ୍ପ୍‌ଙ୍କ ଅଜବ ପ୍ରତିଶ୍ରୁତି

ଖ୍ରୀଷ୍ଟିଆନ କମ୍ୟୁନିଟି ଭୋଟରଙ୍କୁ ଟ୍ରମ୍ପ୍‌ଙ୍କ ଅଜବ ପ୍ରତିଶ୍ରୁତି

ୱାଶିଂଟନ୍ : ଆଗାମୀ ନିର୍ବାଚନରେ ଯଦି ଆପଣମାନେ ମୋତେ ବା ମୋ’ ଦଳକୁ ଭୋଟ୍ ଦେଉଛନ୍ତି, ଆଗାମୀ ୪ ବର୍ଷ ପରେ ଆପଣଙ୍କୁ ଆଉ କେବେ ବି ଭୋଟ୍ ଦେବାର ଆବଶ୍ୟକତା ପଡ଼ିବ ନାହିଁ । ରକ୍ଷଣଶୀଳ ଗୋଷ୍ଠୀ ଟର୍ଣ୍ଣି ପଏଣ୍ଟ ଆକ୍ସନ୍ ଦ୍ୱାରା ଆୟୋଜିତ ଫ୍ଲୋରିଡା ଠାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଡୋନାଲ୍ଡ ଟ୍ରମ୍ପ୍ ନିଜ ଖ୍ରୀଷ୍ଟିଆନ୍ କମ୍ୟୁନିଟି ଭୋଟରଙ୍କୁ ଏପ୍ରକାର ସମ୍ବୋଧିତ କରିଛନ୍ତି । ଟ୍ରମ୍ପ୍ କହିଛନ୍ତି ଯେ, ସେ ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ସବୁକିଛି ଠିକ୍ କରିଦେବେ ଏବଂ ସେମାନଙ୍କୁ ୪ ବର୍ଷ ପରେ ଭୋଟ୍ ଦେବାକୁ ପଡିବ ନାହିଁ । ତେବେ ଏଥିପାଇଁ ସବୁ ଖ୍ରୀଷ୍ଟିଆନ୍ ସମ୍ପ୍ରଦାୟର ଭୋଟରମାନଙ୍କୁ ଘରୁ ବାହାରକୁ ଆସି ଭୋଟ୍ ଦେବାକୁ ହେବ ।

ଚଳିତ ବର୍ଷ ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ । ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକାନ୍ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କୁ ସବୁଠାରୁ ଶକ୍ତିଶାଳୀ ପ୍ରାର୍ଥୀ ଭାବେ ଦେଖାଯାଉଛି । ଅନ୍ୟପକ୍ଷେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ଉଭା ହୋଇଥିବା ଜୋ ବାଇଡେନ୍ ମଧ୍ୟ ରାଷ୍ଟ୍ରପତି ଦୌଡରୁ ନିଜକୁ ପ୍ରତ୍ୟାହାର କରିନେଇଛନ୍ତି । କିନ୍ତୁ ଟ୍ରମ୍ପ୍‌ଙ୍କ ପାଇଁ ଡେମୋକ୍ରାଟିକ୍ ପାର୍ଟିର ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ତଥା ଏବେର ଉପରାଷ୍ଟ୍ରପତି କମଳା ହାରିସ୍ ମୁଣ୍ଡବିନ୍ଧାର କାରଣ ସାଜିଛନ୍ତି । ଗୋଟିଏ ପଟେ କମଳା ହାରିସ୍‌ଙ୍କ ପ୍ରତି ସମର୍ଥନ ବଢ଼ୁଥିବା ବେଳେ ଏହାକୁ ନେଇ ଟ୍ରମ୍ପ୍ କେତେକ ସ୍ଥାନରେ ବିବାଦୀୟ ବୟାନବାଜି ମଧ୍ୟ କରୁଥିବା ଦେଖିବାକୁ ମିଳିଛି । ଏସବୁ ମଧ୍ୟରେ ଫ୍ଲୋରିଡା କାର୍ଯ୍ୟକ୍ରମରେ ଟ୍ରମ୍ପ୍‌ଙ୍କ ମନ୍ତବ୍ୟକୁ ନେଇ ଡେମୋକ୍ରାଟିକ୍ ପାର୍ଟି ପକ୍ଷରୁ ଆପତ୍ତି କରାଯାଇଛି । ଡେମୋକ୍ରାଟ୍‌ମାନେ ଟ୍ରମ୍ପଙ୍କ ଭାଷଣକୁ ବିଚିତ୍ର ବୋଲି କହିଛନ୍ତି । ତଥାପି ସେ କ’ଣ କହୁଛନ୍ତି ତାହା ସ୍ପଷ୍ଟ ହୋଇନାହିଁ । କମଲା ହାରିସ୍ ଅଭିଯାନ ଟ୍ରମ୍ପଙ୍କ ମନ୍ତବ୍ୟକୁ ସିଧାସଳଖ ପ୍ରତିକ୍ରିୟା ଦେଇନାହିଁ, କିନ୍ତୁ ପ୍ରବକ୍ତା ଜେସନ୍ ସିଙ୍ଗର ଟ୍ରମ୍ପଙ୍କ ଭାଷଣକୁ ବିଚିତ୍ର ଏବଂ ପଛୁଆ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking