32.1 C
Bhubaneswar
Sunday, April 28, 2024
Homeତ୍ରିପୁରା ବିଧାନସଭା ନିର୍ବାଚନତ୍ରିପୁରା ବିଧାନସଭା ନିର୍ବାଚନ: ପ୍ରଚାର ମଇଦାନକୁ ଓହ୍ଲାଇବେ ଅମିତ ଶାହ

ତ୍ରିପୁରା ବିଧାନସଭା ନିର୍ବାଚନ: ପ୍ରଚାର ମଇଦାନକୁ ଓହ୍ଲାଇବେ ଅମିତ ଶାହ

ଅଗରତାଲା: ଫେବୃଆରୀ ୧୬ରେ ତ୍ରିପୁରା ବିଧାନସଭା ନିର୍ବାଚନ । ପ୍ରଚାର ମଇଦାନକୁ ଓହ୍ଲାଇଲେଣି ହେବିଓ୍ବେଟ ନେତା । ଦିନ ଯେତିକି ପାଖଉଛି ସେତିକି କମ୍ପୁଛି ପ୍ରଚାର ମଇଦାନ । ତ୍ରିପୁରାରେ ନିର୍ବାଚନ ପ୍ରଚାର ପାଇଁ ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ ପରେ ଜୋରଦାର ହୋଇଛି ପ୍ରଚାର । ଶନିବାର ବିଜେପି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଚାର ମଇଦାନକୁ ଓହ୍ଲାଇଥିବା ବେଳେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିର୍ବାଚନୀ ପ୍ରଚାର କରିବେ ।

ଆଜି ତ୍ରିପୁରାରେ ଦୁଇଟି ରାଲିରେ ସାମିଲ ହେବା ସହ ସମ୍ବୋଧନ କରିବେ ଅମିତ ଶାହ । ତ୍ରିପୁରାରେ ପହଞ୍ଚିବା ପରେ ପ୍ରଥମେ ଉଦୟପୁରରେ ଥିବା ମାତା ତ୍ରିପୁରା ସୁନ୍ଦରୀ ମନ୍ଦିର ପରିଦର୍ଶନ କରିବେ କେନ୍ଦ୍ର ଗୃହମନ୍ତ୍ରୀ । ଏହାପରେ ମଧ୍ୟାହ୍ନରେ ଉନ୍ନାକୋଟି ଜିଲ୍ଲାର ଚଣ୍ଡିପୁରରେ ପ୍ରଥମ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବେ । ଅପରାହ୍ନ ୨ଟା ସମୟରେ ସେପାହିଜାଲା ଜିଲ୍ଲାର ବିଶ୍ରାମଗଞ୍ଚରେ ଆଉ ଏକ ରାଲିକୁ ସମ୍ବୋଧିତ କରିବେ । ଅପରାହ୍ନ ୪ଟା ସମୟରେ ପ୍ରତାପଗଡ ନିର୍ବାଚନ ମଣ୍ଡିଳୀରେ ଏକ ରୋଡ ଶୋ କରିବାର କାର୍ଯ୍ୟକ୍ରମ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking