27.1 C
Bhubaneswar
Monday, May 13, 2024
Homeଓଡିଶାପରାସାରାରେ ବିଜେପିର ମିଶ୍ରଣ ପର୍ବ

ପରାସାରାରେ ବିଜେପିର ମିଶ୍ରଣ ପର୍ବ

ଟିଟିଲାଗଡ଼: ଟିଟିଲାଗଡ଼ ବ୍ଲକ କୁର୍ସୁଡ଼ ମଣ୍ଡଳ ଅଧିନସ୍ଥ ପରାସରାରେ ବିଜେପିର ଆଜି ଏକ ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ପରାସରା ଗ୍ରାମ ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବିଭିନ୍ନ ରାଜନୈତିକ ଦଳର ନେତା ବିଜେପିରେ ଯୋଗ ଦେଇଛନ୍ତି । ଏହି ଅବସରରେ ବିଭିନ୍ନ ରାଜନୈତିକ ଦଳରୁ ପ୍ରକାଶ ସାହୁ, ଯାଦବ ନେତା କେଶବ ଆଡଯୁଆଡ଼, ଧୁବଲେଶ୍ୱର ଚିନାଗୁନ, ଆଦିବାସୀ ନେତା ତ୍ରିନାଥ ଭୋଇ, ୱାର୍ଡ ସଭ୍ୟ ମୁକେଶ ବଗର୍ତ୍ତି, କୁଲମଣୀ ବିଶି, ବବୃ ଜାଲ, ଓବିସି ନେତା ବୈଷ୍ଣବ ସାହୁ, ନଟବର ସୁନା, ଆଦିବାସୀ ନେତ୍ରୀ ଚଞ୍ଚଲା ମାଝୀ, ଯଶୋବନ୍ତ ହରପାଲ ଓ ସରୋଜ ଛୁରା ପ୍ରମୁଖ ବିଜେପିରେ ଯୋଗ ଦେଇଥିଲେ । ଏଥିରେ ପୂର୍ବତନ ମନ୍ତ୍ରୀ ଶ୍ରୀ ସିଂଦେଓ ବଲାଙ୍ଗିର ଜିଲ୍ଲାରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଓ ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ଦୁର୍ନୀତି ସୀମା ଲଂଘିଥିବା ଅଭିଯୋଗ କରିଥିଲେ ।

ପ୍ରଧାନମନ୍ତ୍ରୀ ଆବାସ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା, ଆୟୁଷ୍ମାନ ଭାରତ ଯୋଜନା ଓ କରୋନାରୁ ମୁକ୍ତି ଆଦି ଅନେକ ଯୋଜନା ଦେଶବାସୀଙ୍କ ପାଇଁ ପ୍ରଧାନମନ୍ତ୍ରୀ ପ୍ରଣୟନ କରିଛନ୍ତି । ଦଳରେ ଯୋଗ ଦେଇଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ ସ୍ୱାଗତ ସହ ଏକଜୁଟ ହୋଇ ପ୍ରଧାନମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବାକୁ ଆହ୍ୱାନ ଶ୍ରୀ ସିଂଦେଓ ଦେଇଥିଲେ । ମଣ୍ଡଳ ସଭାପତି ନିମାଇଁ ଚରଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦଳର ଜିଲ୍ଲା ସଭାପତି ଶିବାଜି ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ମୁକେଶ ଜୈନ, ସାଂସଦଙ୍କ ବଙ୍ଗୋମୁଣ୍ଡା ପ୍ରତିନିଧି ଅନିଲ ନାୟକ ଓ ବରିଷ୍ଠ ନେତା ମହେନ୍ଦ୍ର ଠାକୁର ପ୍ରମୁଖ ମଞ୍ଚାସୀନ ଥିଲେ । ଅନ୍ୟମାନଙ୍କ ମଧ୍ୟରେ ୮ ନମ୍ବର ମଣ୍ଡଳ ଉପସଭାପତି ତେଜରାଜ ସାହୁ, ମହିଳା ସଭାନେତ୍ରୀ ନିରୁପମା ସରାଫ, ୭ ନମ୍ବର ଜୋନ ସଭାପତି ସୁଶାନ୍ତ ବନଛୋର, ୯ ନମ୍ବର ଜୋନ ପ୍ରଭାରୀ ବିପିନ ଠାକୁର, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ନରସିଂ ସୁନା, ମିନକେତନ ବଗର୍ତ୍ତି, ଚତୁର ଜାଲ ଓ ଭକ୍ତ ସେଲମା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking