36.1 C
Bhubaneswar
Saturday, May 18, 2024
Homeଓଡିଶାଯୁବ ଯାଦବ ସମାଜ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ 

ଯୁବ ଯାଦବ ସମାଜ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ଯକ୍ରମ 

ନବରଙ୍ଗପୁର(ଭୋଦେବ ଗୌଡ଼) : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଚଚlଅନ୍ତର୍ଗତ ଶ୍ରୀ କ୍ରିଷ୍ଣ ଶଖା ଯାଦବ ସମାଜ ପକ୍ଷରୁ ଆଜି ଚଚା ରାଧାକୃଷ୍ଣ ମନ୍ଦିର ପ୍ରାଙ୍ଗଣରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ଅଞ୍ଚଳରେ ରହୁଥିବା ଯାଦବ ସମାଜ ର କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ l ତେବେ ସମାଜିକ ସଂଗଠନ ତରଫରୁ ଆଜିର ଏହି କାର୍ଯ୍ୟକ୍ରମରେ ଯୁବ ଯାଦବ ସମାଜ ର ଏହି ମହତ୍ ଉଦ୍ଦେଶ୍ୟ ସାଧିତ କାର୍ଯ୍ୟକ୍ରମ ସମ୍ପର୍କରେ ସ୍ଥାନୀୟ ଯାଦବ ସମାଜ ର କର୍ମକର୍ତ୍ତା ମାନେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ନେଇ ଏକ ସୁନ୍ଦର ଚିନ୍ତାଧାରାକୁ ମହତ୍ କାର୍ଯ୍ୟର ପରିକଳ୍ପନା ନେଇ ଆରମ୍ଭ କରାଯାଇଥିବା ନେଇ ନିଜ ନିଜର ମତ ପ୍ରକାଶ କରିଥିଲେ l ଯାଦବ ସମାଜ ଜିଲ୍ଲା ସଭାପତି କାର୍ତ୍ତିକ ବାଘ ବୃକ୍ଷରୋପଣ ଦ୍ୱାରା ଏକ ସୁନ୍ଦର ପରିବେଶ ସୃଷ୍ଟି ସହିତ ସାରା ବିଶ୍ୱ ପରିବେଶକୁ ଶୁଦ୍ଧ ଅମ୍ଳଜାନ ମିଳିବା ସହ ପରିବେଶ ସନ୍ତୁଳନ ରଖିବା ପାଇଁ ସହାୟକ ହେବ ବୋଲି ସୂଚନା ଦେଇଥିଲେ l

ଆଜିର ଏହି କାର୍ଯ୍ୟକ୍ରମରେ ଯୁବ ଯାଦବ ସଂଘ ର ସଭାପତି ଭୋଦେବ ବାଘ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମାଧ୍ୟମରେ ସମାଜକୁ ଏକ ସୂତ୍ରରେ ବାନ୍ଧି ରଖି ହେବ ଓ ଏହା ମୋର ସଂଗଠନ ର ଦାୟିତ୍ବ ବୋଲି ମତ ପ୍ରକାଶ କରିଥିବା ବେଳେ ଝରିଗାଁ ଯାଦବ ସମାଜ ସଭାପତି ଗୋବିନ୍ଦ ଗୌଡ଼ ସମାଜର କୁ ପ୍ରଥା ପରମ୍ପରା ଉପରେ ନଜର ପକାଇ ବାଲ୍ୟ ବିବାହକୁ ନେଇ ଥିବା ସମସ୍ୟା ସମ୍ପର୍କରେ ସୂଚନା ଦେଇଥିଲେ ଓ ଏହି ପ୍ରଥାକୁ ସମାଜ ତରଫରୁ ବନ୍ଦ କରିବାକୁ ମତ ଦେଇଥିଲେ l ତେବେ ଆଜିର ଏହି କାର୍ଯ୍ୟକ୍ରମରେ ଶ୍ରୀ କୃଷ୍ଣ ଶଖା ଯାଦବ ସମାଜ ସେବା ସମିତି ଚାରିଟେବୁଲ ଟ୍ରଷ୍ଟ ଚଚା ର. ସଭାପତି ସହଦେବ ଗୌଡ଼. ସଂପlଦକ ନବଘନ ଗୌଡ଼ ଜିଲ୍ଲା ଉପଦେଷ୍ଟି ଦେବ ଦାସ ମହାକୁଡ଼. ସାଧାରଣ. ସଂପଦକ. ପର୍ଶୁରାମ ନାୟକ ଶ୍ରୀଧର. ରାଉତ ଶୋଭା ସିଂ ପୋଡା ହୁମେଶ୍ବର ହଂସ , ସୈନିକ ଗୌଡ଼ ମକରନ୍ଦ ଗୌଡ଼. ତ୍ରିନାଥ ଗୌଡ଼ ଘାସି ରାମ ଗୌଡ଼. , ସମେତ ଅନେକ ବ୍ୟକ୍ତି ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking