32.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶକାବୁଲ ଏୟାରପୋର୍ଟରେ ପୁଣି ଏକ ବିସ୍ଫୋରଣ , ୨ ମୃତ

କାବୁଲ ଏୟାରପୋର୍ଟରେ ପୁଣି ଏକ ବିସ୍ଫୋରଣ , ୨ ମୃତ

କାବୁଲ: କାବୁଲ ଏୟାରପୋର୍ଟରେ ପୁଣିଥରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଥିବା ଖବର ଆସିଛି । ବିସ୍ଫୋରଣ ନେଇ ପୂର୍ବରୁ ଆଲର୍ଟ କରିଥିଲା ଆମେରିକା । ଏହାକୁ ମିଶାଇ ତୃତୀୟ ଥର ଏପରି ବିସ୍ଫୋରଣ ହୋଇଛି କାବୁଲ ବିମାନବନ୍ଦରରେ । ତେବେ ଏଥିରେ ୨ ମୃତ ପ୍ରାଣ ହରାଇଛନ୍ତି । ସିରିଜ୍ ବିସ୍ଫୋରଣର ତିନି ଦିନ ପରେ ପୁଣି ଥରେ ବିସ୍ଫୋରଣ ହୋଇଛି ।

କାବୁଲ୍ ବିମାନ ବନ୍ଦରରେ ଆତ୍ମଘାତୀ ବୋମା ବିସ୍ଫୋରଣ ସଙ୍ଗଠିତ କରାଇ ଅନେକ ଆଫଗାନବାସୀ ଓ ୧୩ଜଣ ଆମେରିକୀୟ ସୈନିକଙ୍କୁ ନିହତ କରିଥିବା ଇସ୍‌ଲାମୀୟ ଉଗ୍ରବାଦୀଙ୍କ ଉପରେ ବିମାନ ଆକ୍ରମଣ ଚାଲୁ ରଖିବା ପାଇଁ ମଧ୍ୟ ସେ ପ୍ରତିଜ୍ଞାବଦ୍ଧ ବୋଲି ଜଣାଇଛନ୍ତି। ବାଇଡେନ୍‌ ଆହୁରି ମଧ୍ୟ କହିଛନ୍ତି, ଆଗାମୀ ୨୪ ରୁ ୩୬ ଘଣ୍ଟା ମଧ୍ୟରେ ଆଉ ଗୋଟାଏ ଆକ୍ରମଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି ବୋଲି ଆମ କମାଣ୍ଡର୍‌ମାନେ ମୋତେ ସୂଚନା ଦେଇଛନ୍ତି।

ତେଣୁ, ସୈନିକମାନଙ୍କ ସୁରକ୍ଷା ନିମନ୍ତେ ଯଥା ସମ୍ଭବ ପଦକ୍ଷେପ ଗ୍ରହଣ କରିବା ଲାଗି ମୁଁ ସେମାନଙ୍କୁ ନିର୍ଦେଶ ଦେଇଛି। କାରଣ, ସେମାନେ ବିମାନ ବନ୍ଦରକୁ ନିରାପଦ ରଖିବା ସହ ଆମେରିକୀୟ ଏବଂ ତାଲିବାନ୍ ଶାସନରୁ ନିସ୍ତାର ପାଇବା ଲାଗି ବ୍ୟାକୁଳ ଅନ୍ୟ ବ୍ୟକ୍ତିବିଶେଷଙ୍କୁ ବିମାନ ଯୋଗେ ସ୍ଥାନାନ୍ତରଣ କରାଇବାରେ ସହାୟକ ହେଉଛନ୍ତି। ସମ୍ପ୍ରତି କାବୁଲ୍ ବିମାନ ବନ୍ଦରରେ ପ୍ରତ୍ୟାବର୍ତ୍ତନ ପ୍ରତୀକ୍ଷାରେ ଥିବା ଆମେରିକୀୟ ସୈନ୍ୟଙ୍କ ସଂଖ୍ୟା ୪୦୦୦ରୁ କମ୍। ମଙ୍ଗଳବାର ସ୍ଥାନାନ୍ତରଣ ପ୍ରକ୍ରିୟା ଶେଷ ହେବ ବୋଲି ବାଇଡେନ୍‌ ଧାର୍ଯ୍ୟ କରିଥିବା ସମୟସୀମା ପୂର୍ବରୁ ସେମାନେ ଫେରି ଆସିଥିବେ ବୋଲି ପେଣ୍ଟାଗନ୍‌ କହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking