ଭୁବନେଶ୍ବର : ଆଜି ୪ ଆକ୍ରାନ୍ତଙ୍କ ଗସ୍ତ ବିବରଣୀ ଦେଇଛନ୍ତି । ୧୧୯, ୧୨୦, ୧୨୧ ଓ ୧୨୨ନଂ ଆକ୍ରାନ୍ତଙ୍କ ତଥ୍ୟ ପ୍ରଦାନ କରିଛନ୍ତି ରାଜ୍ୟ ସରକାର। ୧୧୯ନଂ ଆକ୍ରାନ୍ତ ଝାରସୁଗୁଡ଼ା ଜିଲ୍ଲାର ବ୍ରଜରାଜନଗର ବୁଢିଜାମର ୧୮ବର୍ଷୀୟା ଯୁବତୀ । ସେ ଏପ୍ରିଲ ୨୨ତାରିଖରେ କୋଲକାତା ବଡ଼ବଜାରରୁ ଭଡ଼ା ଗାଡ଼ିକରି ଆସିଥିଲେ । ୨୩ ରୁ ୨୯ ଯାଏଁ ବୁଢିଜାମରେ ଥିବା ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ନମୁନା ପରୀକ୍ଷା ପରେ ୨୯ରେ ପଜିଟିଭ ଆସିଥିଲା । ଆଉ ତା’ପରେ ୨୯ତାରିଖରେ ତାଙ୍କୁ ରାଉରକେଲାର ହାଇଟେକ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୧୨୦ ନମ୍ବର ଆକ୍ରାନ୍ତ ଭୁବନେଶ୍ୱର ମଧୁସୂଦନ ନଗରର ୭୭ ବର୍ଷୀୟ ବୃଦ୍ଧ ବୋଲି ସୂଚନା ଦିଆଯାଇଛି । ମାର୍ଚ୍ଚ ୨୨ ତାରିଖରେ ତାଲାବନ୍ଦ ପରେ ସେ ନିଜ ଘରେ ପରିବାର ସହ ରହିଥିଲେ । ଏପ୍ରିଲ ୭ ତାରିଖରେ ପରିବାରର ଜଣେ ସଦସ୍ୟ ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏପ୍ରିଲ ୯ ରେ କଣ୍ଟାକ୍ଟ ଟ୍ରେସିଂ,ନମୁନା ପରୀକ୍ଷା ପରେ ନେଗେଟିଭ ଆସିଥିଲା । ଏପ୍ରିଲ ୨୮ରେ ପୁଣି ଥରେ ପରୀକ୍ଷା ପରେ ପଜିଟିଭ୍ ଆସିଥିଲା । ତାପରେ କିମ୍ସ କୋଭିଡ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା । ୧୨୧ ନମ୍ବର ଆକ୍ରାନ୍ତ ହେଉଛନ୍ତି କେନ୍ଦୁଝର ଜିଲ୍ଲା ଅନ୍ତର୍ଗତ ପଞ୍ଚରପଲ୍ଲୀ ଅଞ୍ଚଳର ୬୦ ବର୍ଷର ବୃଦ୍ଧ । କୋଲକାତାରୁ ବଡ଼ବଜାରରୁ ସେ ଗାଡ଼ି କରି ୮ ଜଣଙ୍କ ସହ ଆସିଥିଲେ। ୧୨୨ ନମ୍ବର ଆକ୍ରାନ୍ତ ଦେବଗଡ଼ ଜିଲ୍ଲା ବାସୁଦେବପୁରର ୩୪ ବର୍ଷିୟ ଯୁବକ । ସେ ଏପ୍ରିଲ ୨୫ରେ କୋଲକାତାରୁ ରେଢାଖୋଲ ଆସିଥିଲେ । ଟ୍ରକରେ କୋଲକାତାରୁ ଫେରିବା ପରେ ରେଢାଖୋଲରୁ ଘରକୁ ଚାଲି ଚାଲି ଆସି ୨୬ ଏପ୍ରିଲରୁ ଏପ୍ରିଲ ୨୯ ଯାଏଁ ଘରେ ରହିଥିଲେ । ଏପ୍ରିଲ ୨୯ରେ ନମୁନା ପରୀକ୍ଷା ପରେ ପଜିଟିଭ୍ ଆସିଥିଲା । ତାଙ୍କୁ ରାଉରକେଲା ହାଇଟେକ କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।