30.1 C
Bhubaneswar
Wednesday, April 24, 2024
Homeଓଡିଶା୩ ନୂଆ କରୋନା ଆକ୍ରାନ୍ତଙ୍କ ତଥ୍ୟ

୩ ନୂଆ କରୋନା ଆକ୍ରାନ୍ତଙ୍କ ତଥ୍ୟ

ଭୁବନେଶ୍ୱର :  ଆଜି ସକାଳୁ ଯାଜପୁର ଜିଲ୍ଲାର ୩ କରୋନା ଆକ୍ରାନ୍ତଙ୍କ ଚିହ୍ନଟ ହୋଇଥିବା ତଥ୍ୟ ଦେଲେ ରାଜ୍ୟ ସରକାର । ୩ଜଣଙ୍କ ମଧ୍ୟରେ ୬୫ ଓ ୫୭ବର୍ଷର ଦୁଇଜଣ ପୁରୁଷ, ଅନ୍ୟ ଜଣେ ୧୮ବର୍ଷର ଯୁବତୀ । ଆକ୍ରାନ୍ତଙ୍କ ମଧ୍ୟରୁ ୬୫ବର୍ଷୀୟ ବୃଦ୍ଧ କୋଲକତା ଫେରନ୍ତା । ଅନ୍ୟ ଦୁଇଜଣ ଯାଜପୁର କଟିକଟା ଅଂଚଳର ପୂର୍ବ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସିଥିଲେ । ଏହାକୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି । ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅନ୍ୟ ୨୧ଜଣ ଚିକିତ୍ସିତ ହେଉଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୮କୁ ବୃଦ୍ଧି ପାଇଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୧,୬୯୬ ସାମ୍ପଲ ପରୀକ୍ଷା ହୋଇଥିବା ବେଳେ ଗତ ୨୪ ଘଣ୍ଟାରେ ସର୍ବାଧିକ ୨୫୮୮ନମୂନା ପରୀକ୍ଷା ହୋଇଛି ।  କରୋନା ଭୂତାଣୁ ସଂକ୍ରମଣରୁ ଏବେ ସୁଦ୍ଧା ୩୯ଜଣ ସୁସ୍ଥ ହୋଇଥିବା ବେଳେ ୮୮ଜଣ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ଜଣେ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।
https://onakhabar.com/2020/04/30/another-3-corona-positive-identified-in-odisha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking