23.1 C
Bhubaneswar
Sunday, February 8, 2026
Homeଓଡିଶାସ୍ନାନ ପୂର୍ଣ୍ଣିମା ପାଇଁ ଗାଡ଼ି ଚଳାଚଳ କଟକଣା

ସ୍ନାନ ପୂର୍ଣ୍ଣିମା ପାଇଁ ଗାଡ଼ି ଚଳାଚଳ କଟକଣା

ପୁରୀ : ପାଖେଇ ଆସୁଛି ମହାପ୍ରଭୁଙ୍କର ସ୍ନାନ ପୂର୍ଣ୍ଣିମା। ଏଥିଲାଗି ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବ। ଏହାକୁ ଦୃଷ୍ଟିରେ ରଖି ଗାଡ଼ି ଚଳାଚଳ ଉପରେ ପୁଲିସ ପକ୍ଷରୁ କଟକଣା ଜାରି କରାଯାଇଛି। ପୁରୀକୁ ଆସୁଥିବା ଦୁଇ ଚକିଆ ମୋଟର ସାଇକଲ ଅଠରନଳା ଦେଇ ପୁରୀରେ ପହଞ୍ଚିବା ପରେ ମାର୍କେଟ ଛକରେ ଥିବା ପୌର ସଂସ୍ଥାର ମାର୍କେଟ କମ୍ପ୍ଲେକ୍ସ ଏବଂ ଶ୍ରୀଜଗନ୍ନାଥ ବଲ୍ଲଭ ମଠ ପୁରୁଣା ଷ୍ଟାଣ୍ଡରେ ରହଣି କରିବେ। ମାର୍କେଟ ଛକରୁ ଶ୍ରୀଜଗନ୍ନାଥ ମନ୍ଦିର ଅଭିମୁଖେ ବଡ଼ଦାଣ୍ଡକୁ ‘ନୋ ଭେହିକିଲ ଜୋନ୍’ ଘୋଷଣା କରାଯାଇଛି। ଭୁବନେଶ୍ବରରୁ ଆସୁଥିବା ଚାରି ଚକିଆ ଗାଡ଼ି ଗୁଡ଼ିକ ଅଠରନଳା ଦେଇ ପୁରୀ ବଡ଼ଦାଣ୍ଡରେ ପହଞ୍ଚିବ।

ଜେଲ୍ ରୋଡ଼ ବହୁତଳ ଗାଡ଼ି ରହଣି ସ୍ଥଳରେ ଏହି ଯାନ ରଖିବା ବ୍ୟବସ୍ଥା କରାଯାଇଛି। ସେଠାରେ ସ୍ଥାନାଭାବ ହେଲେ ଶରଧାବାଲି, ଯାତ୍ରିକା, ଦିଗବାରେଣୀ, ବ୍ଲୁ ଫ୍ଲାଗ୍‌ ବେଳାଭୂମି ଏବଂ ନୀଳାଚଳ ଅଶୋକରେ ରହଣି ବ୍ୟବସ୍ଥା କରାଯାଇଛି। ସେହି ରାସ୍ତା ଦେଇ ଚାରି ଚକିଆ ଗାଡ଼ିଗୁଡ଼ିକ ପ୍ରତ୍ୟାବର୍ତ୍ତନ କରିବେ। ବ୍ରହ୍ମଗିରିରୁ ଆସୁଥିବା ଚାରି ଚକିଆ ଗାଡ଼ି ମଙ୍ଗଳାଘାଟରୁ ଷ୍ଟର୍ଲିଂ ହୋଟେଲ ରାସ୍ତାଦେଇ ଯାତ୍ରିକା ପାର୍କିଂରେ ରହଣି କରିବେ। କୋଣାର୍କରୁ ଆସୁଥିବା ଚାରି ଚକିଆ ଗାଡ଼ି ଶରଧାବାଲି ଏବଂ ତାଳବଣିଆରେ ରହଣି କରି‌େ‌ବ।

ତିନିଚକିଆ ଅଟୋ ରିକ୍ସାଗୁଡ଼ିକ ତାଳବଣିଆରୁ ୱାଟର ୱାର୍କ୍ସ ରୋଡ଼, ରାମମନ୍ଦିର, ରେଡ଼କ୍ରସ୍‌ ରୋଡ଼ ଦେଇ ଡାକ୍ତରଖାନା ଛକରେ ପହଞ୍ଚିବ। ତାଳବଣିଆରୁ ସମୁଦ୍ରକୂଳ ଯିବାକୁ ଚାହୁଁଥିବା ଅଟୋ ରିକ୍ସାଗୁଡ଼ିକ ପେଣ୍ଠକଟା, ଚକ୍ରତୀର୍ଥ ରୋଡ଼, ୟୁଥ୍ ହଷ୍ଟେଲ, ଜିଲା ସ୍କୁଲ ଦେଇ ଟାଉନ୍ ହଲ୍ ଛକରେ ପହଞ୍ଚିବେ। ଶ୍ରୀଜଗନ୍ନାଥ ମନ୍ଦିର ଚତୁଃପାର୍ଶ୍ୱରେ ଅଟୋ ରିକ୍ସା ଚଳାଚଳ ପାଇଁ ନିଷେଧ କରାଯାଇଛି। ସେହିପରି ଶୋଲାଖୁଆ ବରଗଛ ଛକ, ମୋଚିସାହି ଛକ, ଲୋକନାଥ ରୋଡ଼ ଏବଂ ବିଶ୍ୱେଶ୍ୱରୀ ଛକରୁ ଶ୍ରୀମନ୍ଦିର ଆଡ଼କୁ ଯିବା ଉପରେ କଟକଣା ଜାରି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking