31.1 C
Bhubaneswar
Sunday, May 19, 2024
Homeଓଡିଶାପର୍ଯ୍ୟଟନ କ୍ଷେତ୍ର ରେ ସ୍ବଚ୍ଛତା ଅଭିଜାନ

ପର୍ଯ୍ୟଟନ କ୍ଷେତ୍ର ରେ ସ୍ବଚ୍ଛତା ଅଭିଜାନ

 

ନୟାଗଡ : ଶରଣକୂଳ ନିକଟସ୍ଥ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ହେଉଛି ଶିମିଳି ଝରଣା।ଦିନେ ସ୍ବଚ୍ଛତା ସୁନ୍ଦରତା ଓ ମନୋରମ ଦୃଶ୍ୟରାଜି ରେ ଭରପୁର ଥିଲା ।କିନ୍ତୁ ବିଗତ ଦିନରେ ବହୁ ପର୍ଯ୍ୟଟକ ଙ୍କ ସମାଗମ ଫଳରେ ଏହି ପର୍ଯ୍ୟଟନ କ୍ଷେତ୍ର ରେ ଗଦା ଗଦା ମଇଳା ପତ୍ର,ପଲିଥିନ,ପ୍ଲାଷ୍ଟିକ ଓ କାଚ ବୋତଲମାନ ପଡି ଶୋଭା ହରାଉଛି।ଏଣୁ ନୟାଗଡ ଜଲ୍ଲାର ନୟାଗଡ ସେବା ସମିତି ର ଆବାହକ ଶିବାରମ ମହାପାତ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆରମ୍ଭ ହୋଇଥିବା “ସ୍ବଚ୍ଛ ନୟାଗଡ କାର୍ଯ୍ୟକ୍ରମ” ଜାନୁଆରୀ ୧୨ ରୁ ୨୬ ପର୍ଯ୍ୟନ୍ତ ଚାଲୁ ରହିବ। ଏହି ଆଭିହାନ ର ଷଷ୍ଠ ଦିନରେ ଆଜି ଫ୍ରେଣ୍ଡସ ହେଲ୍ପଗ୍ରୁପ ର ମିଳିତ ସହଯୋଗରେ ଶିମିଳି ଝରଣା ପରିଷ୍କାର କରାଯାଇଅଛି।ଆସିଥିବା ପର୍ଯ୍ୟଟକ ମାନଙ୍କୁ ଭୋଜି ସାରି ଫେରିବା ପୁର୍ବରୁ ଆବର୍ଜନା କୁ ଏଣେତେଣେ ନପକାଇ ଝରଣା ସ୍ଥାନକୁ ପରିଷ୍କାର କରିବା ସହ ଓ ଅନ୍ୟମାନଙ୍କୁ ଏପରି କରିବା ପାଇଂଁ ଅନୁରୋଧ କରିଥିଲେ।ଆମ ପରିବେଶ ସୁନ୍ଦର ରହିଲେ ହିଂଁ ଆମେ ପ୍ରତିବର୍ଷ ବଣଭୋଜି ସହ ସୁନ୍ଦର ଝରଣାର ମଜା ନେଇପାରିବା ବୋଲି ଫ୍ରେଣ୍ଡସ ହେଲ୍ପ ଗ୍ରୁପ ର ସୁଜିତ କୁମାର ପ୍ରଧାନ ପର୍ଯ୍ୟଟକଙ୍କୁ ସଚେତନ ବାର୍ତ୍ତା ଦେଇଥିଲେ।ଏହି କାର୍ଯ୍ୟକ୍ରମରେ ସମାଜସେବୀ ଦାମୋଦର ସାହୁ,ଧନେଶ୍ବର ସାହୁ ,ସମୀର ଭଟ୍ଟ,ପ୍ରକାଶ ମାନ୍ନା,ହେମନ୍ତ ସାହୁ ,ସାଗର ପ୍ରଧାନ ସହ ସମସ୍ତ ସଦସ୍ୟ ସ୍ବଚ୍ଛତା ଅଭିଜାନ ରେ ସାମିଲ ହୋଇଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking