21.1 C
Bhubaneswar
Thursday, January 30, 2025
Homeଟୋକିଓ ଅଲମ୍ପିକଟୋକିଓ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇ ଭାରତୀୟ ମହିଳା ହକି ଟିମ୍‌ ସେମି ଫାଇନାଲକୁ ପ୍ରବେଶ

ଟୋକିଓ ଅଲିମ୍ପିକ୍ସରେ ଅଷ୍ଟ୍ରେଲିଆକୁ ହରାଇ ଭାରତୀୟ ମହିଳା ହକି ଟିମ୍‌ ସେମି ଫାଇନାଲକୁ ପ୍ରବେଶ

ଟୋକିଓ : ଇତିହାସ ରଚିଲା ଭାରତୀୟ ମହିଳା ହକି ଟିମ୍। ଟୋକିଓ ଅଲିମ୍ପିକ୍ସରେ କ୍ୱାର୍ଟରରେ ଅଷ୍ଟ୍ରେଲିଆକୁ ହରାଇ ଭାରତୀୟ ମହିଳା ହକି ଟିମ୍‌ ସେମି ଫାଇନାଲକୁ ପ୍ରବେଶ କରିଛି। ଅଷ୍ଟ୍ରେଲିଆକୁ ୧-୦ ଗୋଲ୍‌ରେ ହରାଇଲା ଭାରତୀୟ ମହିଳା ହକି ଟିମ୍‌ ସେମିରେ ପ୍ରବେଶ କରିଛି। ଭାରତ ପକ୍ଷରୁ ଗୁରୁଜିତ୍ କୌର ଗୋଲ୍ ଦେଇଛନ୍ତି। ଅନ୍ୟପକ୍ଷେ, ଟୋକିଓ ଅଲିମ୍ପିକ୍ସ ପୁରୁଷ ହକି ସେମି ଫାଇନାଲରେ ଭାରତ ପହଞ୍ଚିଛି। କ୍ୱାର୍ଟର ଫାଇନାଲରେ ବ୍ରିଟେନକୁ ୩-୧ ଗୋଲରେ ହରାଇ ସେମିରେ ପହଞ୍ଚିଛି ଟିମ୍ ଇଣ୍ଡିଆ। ୪ ଦଶନ୍ଧି ପରେ ଅଲିମ୍ପିକ୍ସ ସେମିରେ ପହଞ୍ଚିଛି ଭାରତୀୟ ପୁରୁଷ ହକି ଟିମ୍। ଭାରତ ପକ୍ଷରୁ ଦିଲପ୍ରିତ ସିଂ ପ୍ରଥମ ଗୋଲ୍ ସ୍କୋର କରିଥିଲେ।ମ୍ୟାଚ୍‌ର ସେକେଣ୍ଡ କାର୍ଟରରେ ଗୁର୍ଜନ୍ତ ସିଂ ଦ୍ୱିତୀୟ ଗୋଲ୍ କରିଥିଲେ।ଏହାପରେ ବ୍ରିଟେନ୍ ପକ୍ଷରୁ ଆସିଥିଲା ଗୋଲ୍। ତେବେ ଚତୁର୍ଥ କ୍ୱାର୍ଟରରେ ଭାରତ ପାଇଁ ତୃତୀୟ ଗୋଲ ସ୍କୋର କରିଥିଲେ ହାର୍ଦ୍ଦିକ ସିଂ। ଟୋକିଓ ଅଲିମ୍ପିକ୍ସରେ ପୁଣି ନିରାଶ କଲେ ଦୂତି ଚାନ୍ଦ। ସିଜିନରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ସତ୍ତ୍ୱେ ଭାରତୀୟ ସ୍ପ୍ରିଣ୍ଟର ଦୂତି ଚାନ୍ଦ ଟୋକିଓ ଅଲିମ୍ପିକ୍ସରେ ଯୋଗ୍ୟତା ପର୍ଯ୍ୟାୟକୁ ଉତ୍ତୀର୍ଣ୍ଣ ହେବାରେ ବିଫଳ ହୋଇଛନ୍ତି। ଆଜି ଖେଳା ଯାଇଥିବା ୨୦୦ ମିଟର ହିଟ୍‌ରେ ସେ ସପ୍ତମ ସ୍ଥାନରେ ରହିଛନ୍ତି। ୨୦୦ ମିଟରକୁ ସେ ୨୩.୮୫ ସେକେଣ୍ଡରେ ଅତିକ୍ରମ କରି ସପ୍ତମ ସ୍ଥାନରେ ରହିଛନ୍ତି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking