ନୂଆଦିଲ୍ଲୀ: ଟୋକିଓ ଅଲମ୍ପିକରେ ଭାରତୀୟ ପହିଲିମାନ ବଜରଙ୍ଗ ପୁନିଆ ସେମିଫାଇନାଲରେ ୬୫ କିଗ୍ରା ବର୍ଗରେ ଉପସ୍ଥିତ ଅଲମ୍ପିକ ବିଜେତା ଓ ୩ ଥର ବିସ୍ୱ ଚାମ୍ପିୟନ ଅତରବେଜାନର ପହିଲିମାନ ହାଜୀ ଅଲୀୟେବଙ୍କ ଠାରୁ ୧୨-୫ରେ ହାରିଯାଇଛନ୍ତି । ଅଜରବେଜାନଙ୍କ କୁସ୍ତୀ ଆରମ୍ଭରୁ ବଜରଂଙ୍ଗଙ୍କ ଉପରେ ଭାରି ରହିଥିଲା । ଏହା ହିଁ ହେଲା କାରଣ ଯେ, ପୁରା ବାଉଟ ମଧ୍ୟରେ ଭାରତୀୟ ପହିଲିମାନ ନିଜ ବିରୋଧୀ ପହିଲିମାନଠୁ ଆଗକୁ ଯାଇପାରିଲେ ନାହିଁ । ପରାଜୟ ପରେ ଏବେ ବଜରଙ୍ଗଙ୍କ ନିକଟରେ ମେଡାଲ ଜିତିବା ସୁଯୋଗ ରହିଛି । ବ୍ରୋଞ୍ଜ ମେଡାଲ ଜିତି ବଜରଙ୍ଗ ଭାରତ ପାଇଁ ମେଡାଲ ଏବେ ବି ଆଣିପାରିବେ । ସେମିଫାଇନାଲରେ ବଜରଙ୍ଗଙ୍କ ପରାଜୟ ଭାରତୀୟ ଆଶାୟୀଙ୍କୁ ବଡ ଝଟକା ଲାଗିଛି ।